ନଭେମ୍ବର ୨୭ରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ପ୍ରଥମେ ପୃଷ୍ଠପୋଷକ ବା ପ୍ୟାଟ୍ରନ୍ମାନଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ ।
ପୃଷ୍ଠପୋଷକମାନଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି ।
ସେହିପରି ସାଧାରଣ ବ୍ୟବସାୟୀଙ୍କ ପଞ୍ଜୀକରଣ ନଭେମ୍ବର ୪ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୧୧ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା । ସାଧାରଣ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ରଖାଯାଇ ଥିବାବେଳେ, ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫ଶହ ଟଙ୍କା ରହିଛି ।
Also Read
ଉଠା ଦୋକାନୀମାନେ ୧ ହଜାର ଟଙ୍କା ଦେଇ ପଞ୍ଜୀକରଣ ଓ ବ୍ୟବସାୟ କରିପାରିବେ । ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଟକ ବାଲିଯାତ୍ରା ନଭେମ୍ବର ୨୭ରେ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏ ଚାଲିବ ।