Advertisment

ଏମିତି ଜାଗା ଯେଉଁଠି ବର୍ଷକ ୨୪ ଘଣ୍ଟା

ଗୋଟିଏ ବର୍ଷ ପରିବର୍ତ୍ତନ ହେବାକୁ ୩୬୫ ଦିନ ଲାଗିଥାଏ। କିନ୍ତୁ ଏମିତି ଏକ ଜାଗାକୁ ଆମ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେଉଁ ମାତ୍ର ୨୪ ଘଣ୍ଟାରେ ହୋଇଯାଏ ଗୋଟିଏ ବର୍ଷ। ତେବେ ଜାଣନ୍ତୁ ଏହି ଜାଗାଟି କ’ଣ?

ଅଦ୍ୟତନ ହୋଇଛି
Planet where a year is only 16 hours

Planet where a year is only 16 hours

Advertisment

ସମସ୍ତେ ଜାଣନ୍ତି ବର୍ଷକ ୧୨ ମାସ ଓ ୩୬୫ ଦିନ। ଆମ ପୃଥିବୀରେ ଗୋଟିଏ ବର୍ଷ ବଦଳିବା ନେଇ ୩୬୫ ଦିନ ଲାଗେ ଏବଂ ଦିନକ ୨୪ ଘଣ୍ଟା ହୋଇଥାଏ। ବେଳେବେଳେ ଏହି ୩୬୫ ଦିନ ଏବେ ଅଧିକ ଲାଗେ ଯେ ଇଛହୁଏ ଦିନଗୁଡିକ୍ ଶିଘ୍ର ଶିଘ୍ର ଯାଉନି କାହିଁକି? ପିଲାମାନେ ତ ଏମିତି ବି ଭାବନ୍ତି ଯେ ଯେତେ ଜଲ୍‌ଦି ଦିନ ପଳେଇବ ସେମାନେ ସେତେ ଜଲ୍‌ଦି ବଡ ହେବେ।

Advertisment

ତେବେ ଥରେ ଭାବନ୍ତୁ ତ ଯଦି ୧୬ ଘଣ୍ଟାରେ ଦିନ ନୁହେଁ ଗୋଟିଏ ବର୍ଷ ହୋଇଯାଏ ତେବେ କେମିତି ହେବ? ଅବଶ୍ୟ, ବୈଜ୍ଞାନିକମାନେ ମହାକାଶରେ ଏପରି ଏକ ନୂଆ ଗ୍ରହ ଆବିଷ୍କାର କରିଛନ୍ତି ଯାହା ତା’ର କକ୍ଷପଥକୁ ମାତ୍ର ୧୬ ଘଣ୍ଟା ଭିତରେ ଶେଷ କରିଦିଏ ଆଉ ଏଠାରେ ବର୍ଷ ପରିବର୍ତ୍ତନ ହୋଇଯାଏ।

ନାସାର ଟ୍ରାନ୍‌ଜିଟିଂ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS) ଓ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମିଳିତ ଭାବରେ ବୃହସ୍ପତି ପରି ଉଷ୍ମ ଗ୍ରହ ପାଇଛନ୍ତି, ଯେଉଁଠାରେ ଗୋଟିଏ ବର୍ଷ ୧୬ ଘଣ୍ଟାରେ ପରିଣତ ହୋଇଯାଏ। ଏହି ଅଲଟ୍ରାହଟ୍ ଗ୍ରହରେ ଅନେକ ଗ୍ୟାସ୍ ଭଣ୍ଡାର ମିଳିଛି।

Advertisment

ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏହି ଗ୍ରହର ନାମ TOI-2109b । ନାସାର TESS ଉପଗ୍ରହ ଏହି ଗ୍ରହକୁ ମେ ୨୦୨୦ରୁ ଦେଖିବା ଆରମ୍ଭ କରିଥିଲା। ଏହା ପୃଥିବୀଠାରୁ ପ୍ରାୟ ୮୫୫ ଆଲୋକ ବର୍ଷ ଦୂରରେ ରହିଛି। ତେବେ ମାତ୍ର ୧୬ ଘଣ୍ଟାରେ ନିଜ କକ୍ଷପଥକୁ ଅତିକ୍ରମ କରିବା ଏହି ଗ୍ରହର ଏକ କୌତୁହଳପୂର୍ଣ୍ଣ ବିଷୟ।

ଏଥିରୁ ଜଣାଯାଉଛି ଯେ ଏଠାରେ ଏକ ବର୍ଷ ମାନେ ପୃଥିବୀର ସାଧାରଣ ଦିନଠାରୁ ବି କମ୍। ଏହି ଅଧ୍ୟୟନର ମୁଖ୍ୟ ଲେଖକ ଇୟାନ୍ ୱୋଙ୍ଗ କହିଛନ୍ତି ଯେ ଏହି ଗ୍ରହ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ତାରକାଙ୍କ ନିକଟତର ହେବ, ଯାହାକୁ ଆମେ ଦେଖିବାକୁ ପାଇବୁ।

Advertisment

ଗତ କିଛିବର୍ଷ ମଧ୍ୟରେ ମହାକାଶରେ ଅନେକ ଉଷ୍ମ ଗ୍ରହ ଆବିଷ୍କୃତ ହୋଇଛି। ସେଗୁଡ଼ିକ ସୌରମଣ୍ଡଳରେ ଉପସ୍ଥିତ ବୃହସ୍ପତି ବୃହସ୍ପତି ଗ୍ରହ ଭଳି। ଏମାନେ ୧୦ ଦିନ ମଧ୍ୟରେ ନିଜ ତାରକାକୁ ପରିକ୍ରମା କରି ନିଅନ୍ତି। ଅଲଟ୍ରାହଟ୍ ବୃହସ୍ପତି କୁହାଯାଉଥିବା TOI-2109bର ତାପମାତ୍ରା ୩୩୦୦ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ବୋଲି କୁହାଯାଉଛି। ଅନୁସନ୍ଧାନରୁ ଜଣାଯାଇଛି ଯେ ଏପର୍ଯ୍ୟନ୍ତ ୪୦୦୦ରୁ ଅଧିକ ଗ୍ରହ ଆବିଷ୍କୃତ ହୋଇଛି, ଯାହା ଏହିପରି ତାରାମାନଙ୍କୁ ପରିକ୍ରମା କରିଥାଏ। ସେମାନଙ୍କର ଦୂରତା ପୃଥିବୀଠାରୁ ବହୁତ ଅଧିକ।

Science
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ