Advertisment

ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।

pipili by election postmortem

pipili by election postmortem

Advertisment

ପିପିଲି: ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍। ୧୯ ବିଧାନସଭା ନିର୍ବାଚନରେ ପିପିଲିରେ ବିଜେଡିକୁ ମିଳିଥିଲା ୫୦.୬୬ ପ୍ରତିଶତ ଭୋଟ୍। ଏଥର ତାହା ୨. ୯୪ ପ୍ରତିଶତ ବଢ଼ି ପହଞ୍ଚିଛି ୫୩.୬ରେ। ସେପଟେ ୧୯ରେ ବିଜେପିକୁ ୪୧.୬୨ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଏବେ ମିଳିଛି ୪୨.୦୪ ପ୍ରତିଶତ। ମାନେ ୦.୪୨ ପ୍ରତିଶତ ଅଧିକ ଭୋଟ୍।

Advertisment

ତେବେ ୧୯ ନିର୍ବାଚନରେ ୫. ୬୩ ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସ୍ ଏଥର ମାତ୍ର ୨.୩୬ ପ୍ରତିଶତ ପାଇଛି। ଅର୍ଥାତ ଦଳର ଭୋଟ୍ ୩.୨୭ ପ୍ରତିଶତ କମିଛି। ସେହିପରି ଭୋଟ୍ ସଂଖ୍ୟା ଦେଖିଲେ, ୨୦୧୯ ତୁଳନାରେ ବିଜେଡି ୮ ହଜାର ୪୫୪ ଓ ବିଜେପି ୩ ହଜାର ୩୨୫ ଖଣ୍ଡ ଅଧିକ ଭୋଟ୍ ପାଇଛି। ଆଉ କଂଗ୍ରେସ୍ ପାଇଛି ୫ ହଜାର ୫୬୯ କମ୍ ଭୋଟ୍। ତେଣୁ କୁହଯାଉଛି କଂଗ୍ରେସ୍ ଭୋଟ ଭାଙ୍ଗୁଛି। ଯାହାର ବଡ଼ଭାଗ ବିଜେଡି ଓ କିଛିକାଂଶ ବିଜେପି ପାଖକୁ ଯାଉଛି। ୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ବିଜେଡିକୁ ପରୋକ୍ଷରେ ସହଯୋଗ କରିବାରୁ ତାହା ପ୍ରଦୀପ ମହାରଥୀଙ୍କୁ ଜିତିବାରେ ସହାୟକ ହୋଇଥିଲା। ଏହି ଉପନିର୍ବାଚନରେ ବି କଂଗ୍ରେସ୍ ଭୋଟ ସ୍ଥାନାନ୍ତର ହୋଇଥିବାରୁ ବିଜେଡି ଭୋଟ୍ ପ୍ରତିଶତ ବଢ଼ିଥିବା କୁହାଯାଉଛି। ବିଜେପି ଅଭିଯୋଗ କରିଛି କଂଗ୍ରେସ ଭୋଟରେ ବିଜେଡି ଜିତୁଛି ବିଜେଡି ଓ କଂଗ୍ରେସ ତାର ଜବାବ୍ ରଖିଛନ୍ତି।

Advertisment

ହିସାବ ଅନୁସାରେ, ଡେଲାଙ୍ଗ ବ୍ଲକରେ ବିଜେଡି ଯେତିକି ଲିଡ୍ କରିବ ବୋଲି ଆଶା କରୁଥିଲା ତାଠୁ ଅଧିକ ଲିଡ୍ ପାଇଛି। ତେବେ ପିପିଲି ବ୍ଲକ୍ ଓ ପିପିଲି ଏନ୍ଏସିରେ ଆକଳନଠାରୁ କମ୍ ଭୋଟ୍ ପାଇଛି। କୁହାଯାଉଛି ସରକାର ବିରୋଧୀ ହାଓ୍ୱା ସତ୍ତ୍ୱେ ବିଜେଡିର ମାଇକ୍ରୋ ଇଲେକସନ୍ ମ୍ୟାନେଜେମେଣ୍ଟ ଲାଗି ଦଳ ସଫଳତା ପାଇଲା। ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଜଣେ ଟାଣୁଆ ପ୍ରାର୍ଥୀ ହୋଇଥିବାରୁ ସେ ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ମହିଳା ଓ ସଂଖ୍ୟାଲଘୁ ଭୋଟ୍ ନେବାରେ ବିଜେପି ସଫଳ ହେଉନାହିଁ। ଏଭଳି ସ୍ଥିତିରେ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ଉପନିର୍ବାଚନ ବେଳେ ଶାସକ ଦଳର ମାଳମାଳ ବିଧାୟକ ଓ ନେତା ଡେରା ପକାଇଥିଲେ ତା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ଭୋଟ୍ ବଢ଼ାଇବାରେ ସଫଳ ହେଲେ। ଗତକାଲିର ଫଳରେ ବିଜେଡି ୯୬,୯୭୨ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୭୬,୦୫୬ ଭୋଟ୍, କଂଗ୍ରେସକୁ ୪୨୬୧ ଭୋଟ୍ ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ଫଳାପଳ ସୂଚାଉଛି, ଭବିଷ୍ୟତ ନିର୍ବାଚନରେ ଏଠାରେ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ।

Advertisment
BJD BJP Congress Pipili PipiliByElection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ