Advertisment

କଥା କୁହା ଚିତ୍ର...ବିନା କହି ଅନେକ କିଛି ଦେଖାଉଛି

ଚିତ୍ର ଯାହା ମନର କଥାକୁ କାନଭାସରେ ପରିପ୍ରକାଶ କରେ। ମହିଳା ଯିଏ ଜୀବନ ସାରା ନିଜ ପାଇଁ ନିଜ ପରିବାର ପାଇଁ ବଳିଦାନ ଦିଏ । ଆଉ ଯେତେବେଳେ ମହିଳାଙ୍କ ହାତରେ ତୂଳୀ ଆସେ ସେତେବେଳେ ଆପେ ଆପେ ଆଙ୍କି ହୋଇଯାଏ ଅନେକ କିଛି । ସମାଜର ବାସ୍ତବ ଚିତ୍ରକୁ କାନଭାସରେ ତୋଳି ଧରିଛନ୍ତି ମହିଳା ଚିତ୍ର ଶିଳ୍ପୀ।

ଅଦ୍ୟତନ ହୋଇଛି
Pictures that convey the words of the mind on canvas

Pictures that convey the words of the mind on canvas

Advertisment

କଥା କୁହା ଚିତ୍ର...ବିନା କହି ଅନେକ କିଛି ଦେଖାଉଛି, ବୁଝାଇ ମଧ୍ୟ ଦେଉଛି । ମାଆର ମମତା, ମହିଳାଙ୍କ ବଳିଦାନ ଓ ଅଧିକାର ପାଇଁ ସଂଘର୍ଷ ଏଭଳି ଅନେକ କିଛି ଥିମରେ ଏଠି ଅଙ୍କା ଯାଇଛି ଚିତ୍ର । ମନର କଥାକୁ ପେଣ୍ଟି୍ଂ ଜରିଆରେ ବୟାନ କରିଛନ୍ତି ଯୁବ ଚିତ୍ରକର ।

Advertisment

ରାଉରକେଲାରେ ଅନ୍ତଜାର୍ତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଚିତ୍ରଶିଳ୍ପୀ ଶିବିରରେ ଦକ୍ଷତାକୁ ଦେଖାଇଛନ୍ତି ଯୁବ ପ୍ରତିଭା । ରଙ୍ଗ ତୂଳୀ ଧରି ଆଙ୍କିଥିବା ଚିତ୍ର, ଯେତେ ସତେଜ ସେତେ ମର୍ମସ୍ପଶୀ । ୟୁକ୍ରେନ୍ ଯୁଦ୍ଧ ସମୟରେ ମାଆ କିପରି ନିଜ ଶୁଶୁକୁ ସୁରକ୍ଷା ଦେବା ସହ ଦେଶ ପାଇଁ ଲଢ଼େଇ କରୁଛି ତାକୁ ବି ଏଠି ଦର୍ଶା ଯାଇଛି ।

ସେ କେବେ ଶକ୍ତି, କେବେ ମମତାମୟୀ ତ ପୁଣି କେବେ ଶାନ୍ତି ଓ ସମୁଦ୍ଧିର ପ୍ରତୀକ । ମହିଳାଙ୍କ ଅନେକ ରୂପ, ଅନେକ କର୍ତ୍ତବ୍ୟ ଆଉ ଏହାକୁ କାନଭାସରେ ତୋଳି ଧରିଛନ୍ତି ମହିଳା ଚିତ୍ରଶିଳ୍ପୀ । କନ୍ଧମାଳ ଦାରିଙ୍ଗବାଡ଼ିରେ ଆୟୋଜିତ ହୋଇଛି ୩ ଦିନିଆ ମହିଳା ଚିତ୍ରକଳା ଶିବିର । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବହୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଛନ୍ତି।

Advertisment

ନିଜ ଦକ୍ଷତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାକୁ ଏଠି ପ୍ରୟାସ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଚିତ୍ରଶିଳ୍ପୀଙ୍କ କଳାକୁ ଦେଖି ଖୁସିରେ ବିଭୋର ହୋଇଛନ୍ତି ଅତିଥି । ନାରୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବା ସହ ଚିତ୍ରକଳାକୁ ପ୍ରୋତ୍ସାହିତ ପାଇଁ ଏହି ପ୍ରୟାସ ହୋଇଛି ।

Women Painters Take Part In Workshop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ