Advertisment

୫୭ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଭସେଇ ନେଲା ସୁନାମୀ, ଚେଷ୍ଟାକରି ବଞ୍ଚିଗଲେ

୫୭ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଭସେଇ ନେଲା ସୁନାମୀ। ଏଭଳି ପରିସ୍ଥିତିରେ ବି ସେ ସାହସ ହରାଇ ନଥିଲେ। ସେ ଦୀର୍ଘ ୨୭ ଘଣ୍ଟା ଧରି ଲଗାତାର ପାଣିରେ ପହଁରୀ ନିଜ ଜୀବନ ରକ୍ଷା କରିଥିଲେ।

ଅଦ୍ୟତନ ହୋଇଛି
Physically handicapped man saved himself from tsunami

Physically handicapped man saved himself from tsunami

Advertisment

ସୁନାମୀ ନା ଶୁଣି ଅନେକ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଏ। ଏହାର କାରଣ ସ୍ପଷ୍ଟ ଯେ ସୁନାମୀ ଯେକୌଣସି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିପାରେ। ଏମିତିରେ ତ ସୁନାମୀ ଅନେକ ଲୋକଙ୍କୁ ହତ୍ୟା କରିଛି, କିନ୍ତୁ ଅନେକ ଲୋକ ମଧ୍ୟ ବହୁତ ଭାଗ୍ୟବାନ ଅଟନ୍ତି ଯେଉଁମାନେ ଏଥିରୁ ବଞ୍ଚିଯାଇପାରିଛନ୍ତି।

Advertisment

କୁହାଯାଏ ବିଭୁକୃପା ହେଲେ ମୁକ ବି କଥା କୁହେ ଆଉ ପଙ୍ଗୁ ମଧ୍ୟ ପାହାଡ ଚଢିପାରେ। ଏହା ଏବେ ସତ ହୋଇଛି। ନିକଟରେ ଟୋଙ୍ଗା ଆଗ୍ନେୟଗିରି ବିସ୍ଫୋରଣ ପରେ ଜଣେ ୫୭ ବର୍ଷୀୟ ଦିବ୍ୟାଙ୍ଗ ବ୍ୟକ୍ତି ସୁନାମୀରେ ଆକ୍ରାନ୍ତ ହୋଇଥିଲେ। ଏଭଳି ପରିସ୍ଥିତିରେ ବି ସେ ସାହସ ହରାଇ ନଥିଲେ। ସେ ଦୀର୍ଘ ୨୭ ଘଣ୍ଟା ଧରି ଲଗାତାର ପାଣିରେ ପହଁରୀ ନିଜ ଜୀବନ ରକ୍ଷା କରିଥିଲେ। ଏହା ବର୍ତ୍ତମାନ ଅସହାୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ସୂଚନା ମୁତାବକ, ଆଗ୍ନେୟଗିରି ବିସ୍ଫୋରଣ ପରେ କେତେକ ସ୍ଥାନରେ ସୁନାମୀ ହୋଇଥିଲା। ଏହି ଭୟଙ୍କର ବିପର୍ଯ୍ୟୟର ଶିକାର ହୋଇଥିଲେ ଲିସାୟା ଫୋଲଉ। ତାଙ୍କର ଦୁଇ ଗୋଡ ଅକାମୀ ଥିବାରୁ ସେ ଚାଲିପାରୁ ନଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ସେ ତାଙ୍କ ପୁଅ ଓ ପୁତୁରାଙ୍କ ସହ ବସିଥିବା ବେଳେ ଏହା ଘଟିଥିଲା। ଏହି ସମୟ ମଧ୍ୟରେ ସମୁଦ୍ରରୁ ହଠାତ୍ ଉଠୁଥିବା ଜୁଆର ତାଙ୍କ ଘରକୁ ପୂରା ନଷ୍ଟ କରିଦେଲା। ସେ ଏବଂ ତାଙ୍କ ପରିବାର ଏହି ଜୁଆରରେ ଭାସି ଯାଇଥିଲେ।

Advertisment

ବର୍ତ୍ତମାନ ଲିସାୟା ଫୋଲଉ ଏହି ସଂଘର୍ଷର କାହାଣୀକୁ ଲୋକଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅ ଓ ପୁତୁରା ଉଭୟ ତାଙ୍କୁ ଖୁବ ଜୋର୍‌ରେ ଡାକୁଥିଲେ। କିନ୍ତୁ ସେ ସେମାନଙ୍କୁ ଅଣଦେଖା କରିଥିଲେ କାରଣ ସେ ଚାହୁଁ ନଥିଲେ ଯେ ସେମାନେ ତାଙ୍କ ଜୀବନକୁ ବିପଦରେ ପକାନ୍ତୁ ବୋଲି। କିନ୍ତୁ ସେ ଯେତେବେଳେ ଏହି ଭୟଙ୍କର ବିପଦ ମୁହଁରୁ ଫେରି ଆସିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେମାନଙ୍କ ଏପର୍ଯ୍ୟନ୍ତ କୌଣସି ପତା ମିଳି ନାହିଁ। ଏନେଇ ସେ ଖୁବ ଦୁଃଖିତ ମଧ୍ୟ।

ତେବେ ସମୁଦ୍ର ଜୁଆରରେ ଭାସି ଯାଉଥିଲେ ବି ଲିସାୟା ନିଜକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥିଲେ। ଏଥିପାଇଁ ସେ ଏକ ଗଛର ସାହାଯ୍ୟ ମଧ୍ୟ ନେଇଥିଲେ। ଯେତେବେଳେ ଏକ ଭୟଙ୍କର ଜୁଆର ତାଙ୍କୁ ଅନେକ କିଲୋମିଟର ଦୂରକୁ ନେଇଗଲା ସେତେବେଳେ ସେ ଏକ ଦ୍ୱୀପରେ ପହଞ୍ଚିଥିଲେ। ଏହି ସମୟରେ ସେ ଦୀର୍ଘ ୨୭ ଘଣ୍ଟା ଧରି ପହଁରିଥିଲେ ଏବଂ ୧୨ କିଲୋମିଟର ପହଁରିବା ପରେ ସେ ରାତି ପ୍ରାୟ ୧୦ଟା ସମୟରେ ତୋଙ୍ଗତାପୁରେ ପହଞ୍ଚିବାରେ ସଫଳ ହୋଇଥିଲେ। ତେବେ ସେ ତାଙ୍କ ନିଜ ଜୀବନକୁ କଳେବଳେ ବଞ୍ଚେଇ ଦେଇଥିଲେ ବି ତାଙ୍କ ପାଇଁ ଦୁଃଖ ଯେ ଯେ ବର୍ତ୍ତମାନ ତାଙ୍କ ପୁଅ ଓ ପୁତୁରା ନିଖୋଜ ଥିବା କୁହାଯାଉଛି।

Advertisment
Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ