Advertisment

ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଅଦୈତ

ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ

ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଅଦୈତ

Jajpur

Advertisment

ଯାଜପୁର(ଅଭୟ ପତି): ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଜନ୍ମ ପୂର୍ବରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମାଳ ମାଳ। ହେଲେ ଏହି ଯୋଜନାର ସୁଫଳ କିଏ ପାଉଛି ବା ନପାଉଛି ତାହାର ହିସାବ କାହା ପାଖରେ ନାହିଁ । ୮୦ ପ୍ରତିଶତ ଦିବ୍ୟାଙ୍ଗ, ଯାହାର ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଯେ ଉଠିବସି ପାରେନା, ତା ପାଖରେ କିନ୍ତୁ ସରକାର ଯୋଜନା ଅପହଞ୍ଚ ସାଜିଛି । ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଭିନ୍ନକ୍ଷମ ପରିବାର।

Advertisment

ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ । ବାପା ରବିନ୍ଦ୍ର ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ଯେତେବେଳେ ଅଦୈତ୍ୟଙ୍କୁ ୧୦ବର୍ଷ ବୟସ ହୋଇଥିଲା ସେତେବେଳେ ଏକ ଅଜଣା ରୋଗରେଆକ୍ରାନ୍ତ ହେଲେ ରବିନ୍ଦ୍ର ଧାର, କରଜ କରି ତାକୁ ମେଡିକାଲରେ ଭର୍ତ୍ତିକରି ସର୍ବସ୍ୱାନ୍ତ ହୋଇଗଲେ ସିନା କୌଣସି ଲାଭ ପାଇଲେ ନାହିଁ। ଏବେ ଅର୍ଥାଭାବ ଯୋଗୁଁ ପୁଅର ଉପଯୁକ୍ତ ଚିକିତ୍ସା ହୋଇପାରୁନି । ଏଭଳି ସ୍ଥିତିରେ କେବଳ ସରକାରୀ ସହାୟତାକୁ ଚାହିଁ ବସଛନ୍ତି ପରିବାର ସଦସ୍ୟ ।

Advertisment

ଡାକ୍ତର ରୋଗ ଜାଣି ନପାରି ଫେରାଇ ଦେଲା । ଫଳରେ ଦିବ୍ୟାଙ୍ଗ ହୋଇଗଲେ ଅଦୈତ୍ୟ । ବିଛଣା ଛାଡି ଯିବାର ଶକ୍ତି ବି ନାହିଁ। ଏଭଳି ଅବସ୍ଥା ସହ ଯୌବନରେ ପଦାର୍ପଣ କରିଥିଲେ ବି ଲିଭର ସମସ୍ୟା ସହ ପାଇଲ୍ସ ରୋଗ ମଧ୍ୟ ଘାରିଛି । ଆଖିକୁ ଭଲଭାବେ ଆଉ ଦେଖାଯାଉନି । ହେଲେ ସରକାରୀ ଭାବେ ମିଳୁଛି କେବଳ ମାସିକିଆ ଭତ୍ତା । ବାରମ୍ବାର ଅନୁରୋଧ ସତ୍ୱେ ମିଳୁନି ହୁଇଲ ଚେୟାର କି ଅନ୍ତୋଦୟ କାର୍ଡ । ଭତ୍ତା ସହ ମାତ୍ର ୫ କେଜି ଚାଉଳରେ କେମିତି ଚଳିବେ ବା ଅଦୈତ୍ୟ । ଆବାସ ଯୋଜନା ମଧ୍ୟ ତାଙ୍କ ପାଇଁ ଅପହଞ୍ଚ । ନିର୍ବାଚନ ସମୟ ଆସିଲେ ତାଙ୍କୁ ଅନେକ ପ୍ରତିଶ୍ରୁତି ମିଳେ କିନ୍ତୁ ପରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ତେବେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳରେ ବେଶ୍‌ ଦାବି ହୋଇଛି। ଏପଟେ ବିଡ଼ିଓ ସାହାଯ୍ୟର ଦେଇଛନ୍ତି ପ୍ରତିଶ୍ରୁତି। ଦେଖାଯାଉ ତାଙ୍କୁ କେବେ ମିଳୁଛି ସାହାଯ୍ୟ?

Jajpur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ