Advertisment

ଦିବ୍ୟାଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଯୋଜନା, ଏଣିକି କାହା ଉପରେ ନିର୍ଭର କରିବେ ନାହିଁ ବରଂ....

ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର

sonepur

sonepur

Advertisment

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ସାଧାରଣ ଭାବରେ ଦିବ୍ୟାଙ୍ଗମାନେ ନଜର କୌଣସି କାମ କରିବା ଲାଗି ଅନ୍ୟ ଉପରେ ନିର୍ଭର କରୁଥିବା ନଜିର ରହିଛି। କିନ୍ତୁ ଏବେ ଆଉ ସେମାନଙ୍କୁ କାହାରି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସେମାନେ ନିଜେ କେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଉଦ୍ୟମ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ବଂଟନ ସହ ତାର ବ୍ୟବହାର ସମ୍ପର୍କରେ ବୁଝାଯାଇଛି । ଏହାଦ୍ୱାରା ସେମାନେ ଆଗକୁ ବଢିପାରିବାନେଇ ଆଶା ସଂଚାର ହୋଇଛି ।

Advertisment

ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଭଳି କି ଭଳି ଶିକ୍ଷା ଉପକରଣ । ତାସହ ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ଉପକରଣ ବି ରହିଛି ସେମାନଙ୍କ ପାଇଁ ରହିଛି। ଏହାରି ଭିତରେ ରହିଛି ଡିଜି ପ୍ଲେୟାର । ଯାହା ସମ୍ପୁର୍ଣ୍ଣ ଦୃଷ୍ଟିବାଧିତ ପିଲାଙ୍କ ପାଇଁ ରହିଥିବାବେଳେ ଏହା ମାଧ୍ୟମରେ ସେମାନେ ଭିଡିଓ ଟେକ୍ସଟ ବୁକକୁ ରିଭ୍ୟୁ କରିବା ସହ ଶିକ୍ଷକଙ୍କ ଭଏସକୁ ମଧ୍ୟ ରେକର୍ଡ କରି ଶୁଣିପାରିବେ । ଏହାସହ ଟିଏଲଏମ କିଟ୍,ଟ୍ରାୟ ସାଇକେଲ,ବ୍ରେଲ କିଟଭଳି ଅନେକ ଉପକରଣ ବି ରହିଛି । ଏସବୁ ସାମଗ୍ରୀ ବ୍ୟବହାରକରି ଦିବ୍ୟାଙ୍ଗମାନେ ଅନେକ କିଛି କରିପାରିବେ ବୋଲି ଆଶାକରାଯାଉଛି । ଯାହାକୁ ନେଇ ଏବେ ବେଶ ଖୁସି ଅଛନ୍ତି ଉଭୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ।

Advertisment

ତେବେ ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ବଛା ବଛା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପ୍ରଥମକରି ସମ୍ପୁର୍ଣ୍ଣ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୬ ଟି ବ୍ଲକର ୮୦ ଜଣ ଦିବ୍ୟାଙ୍ଗଙ୍କୁ ଏସବୁ ବୈଜ୍ଞାନିକ ଜ୍ଞାନ କୌଶଳରେ ନିର୍ମିତ କିଟ୍ ପ୍ରଦାନ କରାଯାଇଛି । ଏସବୁ ସାମଗ୍ରୀ ବ୍ୟବହାରକରି ସେମାନେ ଜ୍ଞାନ ଆହରଣ କରିପାରିବାସହ ଜ୍ଞାନର ପରିପ୍ରକାଶ କରିବେ ବୋଲି କୁହାଯାଇଛି।

Sonepur Physically Disabled Person
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ