Phalodi town of rajasthan most hot place of India
ରାଜସ୍ଥାନର ଫଲୋଦି ସହରରେ ତାପମାତ୍ରା ସକାଳୁ ବଢିବାରେ ଲାଗେ ଏବଂ ମଧ୍ୟାହ୍ନ ପରେ ଏହା ୪୦ ଡିଗ୍ରୀ ସେଲସିୟସ କିମ୍ବା ତଦୁର୍ଦ୍ଧ୍ୱରେ ପହଞ୍ଚେ। ଆଜିକାଲି ରାଜସ୍ଥାନର ଅନେକ ସହର ଜଳିବା ଆରମ୍ଭ କରିଛି। ଏହି ସହରଗୁଡିକ ମଧ୍ୟରେ ଫଲୋଦିରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେଲାଣି। କୁହାଯାଏ ଯେ ଏହି ସହର ମେ-ଜୁନ୍ ମାସରେ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୁଏ। ଗ୍ରୀଷ୍ମରେ ଏଠାରେ ପାରଦ ୫୧ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଏ।
ଯୋଧପୁର ଜିଲ୍ଲାର ଏହି ଛୋଟ ସହର ହଠାତ୍ ୨୦୧୬ ମସିହାରେ ସାମ୍ନାକୁ ଆସିଥିଲା, ଯେତେବେଳେ ଏଠାରେ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସ୍ ହୋଇଯାଇଥିଲା। ଏହା ହେଉଛି ସେହି ଥର ମରୁଭୂମି, ଯାହାର ୮୦ ପ୍ରତିଶତରୁ ଅଧିକ ଭାରତରେ ଥିବା ବେଳେ ବାକି ପାକିସ୍ତାନରେ ଅଛି। ଫଲୋଦି ସହର, ଗ୍ରୀଷ୍ମରେ ଅତ୍ୟଧିକ ଗରମ ହେଉଥିବା ବେଳେ ଶୀତଦିନେ ଅତ୍ୟଧିକ ଥଣ୍ଡା ହୋଇଥାଏ।
ବିଶ୍ୱାସ କରାଯାଏ ଯେ ଏହି ସହରଟି ବହୁତ ପ୍ରାଚୀନ। ସହରର ନିର୍ମାଣ ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ଭାଗରେ ହୋଇଥିଲା। ଏଠାରେ ୧୮୪୭ ମସିହାରେ ନିର୍ମିତ ଜୈନ ତୀର୍ଥ ପାରସନାଥ ମନ୍ଦିର ଅଛି, ସେତେବେଳେ ଏଥିରେ ବେଲଜିୟମ କାଚ ମଧ୍ୟ ବ୍ୟବହୃତ ହୋଇଥିଲା।
୨୦୧୧ ମସିହାର ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା ପ୍ରାୟ ୪୯,୭୬୬ ଥିବା ବେଳେ ସେମାନେ ଶିଳ୍ପ କ୍ଷେତ୍ରରେ କାମ କରନ୍ତି। ଏହି ସହର ଏହାର ଶିଳ୍ପ ପାଇଁ ବେଶ ଜଣାଶୁଣା। ଫଲୋଦି ସାରା ଦେଶରେ ଲୁଣ ଯୋଗାଣକରେ। ଏହାସହ ଏଠାରେ ଅନେକ ପ୍ଲାଷ୍ଟର ପ୍ୟାରିସର କାମ ମଧ୍ୟ କରାଯାଏ।
ସେହିପରି ରାଜସ୍ଥାନର ଚୁରୁ ମଧ୍ୟ କମ୍ ଗରମ ନୁହେଁ। ୨୦୧୯ରେ ଏହା ବିଶ୍ୱର ୧୫ ଟି ଉତ୍ତପ୍ତ ଅଞ୍ଚଳର ତାଲିକାରେ ସ୍ଥାନ ପାଇଥିଲା। ସେତେବେଳେ ଏଠାର ତାପମାତ୍ରା ୫୦.୩ ଡିଗ୍ରୀ ସେଲସିୟସ ଥିଲା। ଏପରିକି ଦିନ ୯ଟା ବେଳେ ଏଠାରେ ତାପମାତ୍ରା ୪୫ରୁ ଅଧିକ ହୋଇଯାଏ। ଏହି ତାଲିକାରେ ପାକିସ୍ଥାନ ମଧ୍ୟ ନାମିତ ହୋଇଛି। ଏଠାରେ ଥିବା ଜକୋବାବାଦ ସହର ଦୁନିଆର ଗରମ ଅଞ୍ଚଳର ଶୀର୍ଷରେ ଅଛି।
ଉତ୍ତପ୍ତ ଅଞ୍ଚଳ ବିଷୟରେ କଥା ହେବାବେଳେ ସମଗ୍ର ବିଶ୍ୱରେ ମରୁଭୂମିର ତାପମାତ୍ରା ଶୁଣିବା ମାତ୍ରେ ଦେହରୁ ଝାଳ ବାହାରିପାରେ। ଉଦାହରଣ ସ୍ୱରୂପ, କାଲିଫର୍ନିଆର ଡେଥ୍ ଭ୍ୟାଲିର ତାପମାତ୍ରା ମଧ୍ୟ ୫୬.୭ରେ ପହଞ୍ଚିସାରିଛି। ଏହା ପରେ ଲିବିଆର ଅଜିଜିୟାହ ଆସେ। ୧୯୨୨ ମସିହାରେ ଏଠାରେ ତାପମାତ୍ରା ୫୮ ଡିଗ୍ରୀ ଛୁଇଁଥିଲା। କିନ୍ତୁ ସାଧାରଣ ଦିନରେ ଏଠାର ତାପମାତ୍ରା ଡେଥ୍ ଭ୍ୟାଲିର ତାପମାତ୍ରା ଠାରୁ କମ୍ ରହେ।
ସୂଚନା ଅନୁଯାୟୀ, ଯେତେବେଳେ ଫଲୋଦିରେ ତାପମାତ୍ରା ବଢେ, ରାସ୍ତାରେ ଯାତାୟାତ କମିଯାଏ କିନ୍ତୁ ସହରର ତାତି ଅନେକଙ୍କ ଉପରେ ପ୍ରଭାବ ପକେଇଥାଏ। ଏହି ଗ୍ରୀଷ୍ମରେ ବି ଦୋକାନଗୁଡ଼ିକ ଖୋଲା ରହିଥାଏ ଏବଂ ଲୋକମାନେ ବାହାରକୁ ଆସନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647859679.jpg)