Advertisment

ଲଗାମ ଛଡା ତେଲ ଦର; ହନ୍ତସନ୍ତ ହେଲେଣି ଜନତା

ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି କାଳିମେଲାରେ ସବୁ ରେକର୍ଡ ଭାଙ୍ଗିଛି ତେଲ ଦର । ୧୧୫ ଟଙ୍କା ୮୭ ପଇସାରେ ତେଲ ବିକ୍ରି ହେଉଛି ପେଟ୍ରୋଲ ।

ଅଦ୍ୟତନ ହୋଇଛି
Today Petrol Price

Today Petrol Price

Advertisment

ଭୁବନେଶ୍ୱର: ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି କାଳିମେଲାରେ ସବୁ ରେକର୍ଡ ଭାଙ୍ଗିଛି ତେଲ ଦର । ୧୧୫ ଟଙ୍କା ୮୭ ପଇସାରେ ତେଲ ବିକ୍ରି ହେଉଛି ପେଟ୍ରୋଲ ।

Advertisment

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ୍ ୧୦୫ ଟଙ୍କା ରହିଛି । ରାଉରକେଲାରେ ୧୧୦ ଟଙ୍କା, ଜୟପୁର ୧୧୩ ଟଙ୍କା, କଟକରେ ୧୦୯.୮୫ ଟଙ୍କା, ଢେଙ୍କାନାଳ ୧୧୦.୦୫ ଟଙ୍କା ରହିଛି ପେଟ୍ରୋଲ ଦର । ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କ ଉପରେ ଚାପ ପକାଇଛି । ପରିବାଠୁ ଆରମ୍ଭ କରି ଅନ୍ୟ ସାମଗ୍ରୀ ଦର ବି ଏଥିଯୋଗୁଁ ବଢ଼ିବାରେ ଲାଗିଛି । ଯାହା ଏବେ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଲାଣି ।

Advertisment

ଏଣେ ପେଟ୍ରୋଲ ଦର ବୃଦ୍ଧି ନେଇ ତେଜିଲାଣି ବସ ମାଲିକ ସଂଘ । ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ ।

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ । କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍।

Advertisment
Odisha Today Petrol Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ