Advertisment

ଆଦିବାସୀ ଇଲାକାରେ ପେଟ୍ରୋଲ୍ ଏବେ ଅମୂଲ ମୂଲ

କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି।

petrol hike

petrol hike

Advertisment

ମାଲକାନଗିରି: ମହଙ୍ଗା ନିଆଁରେ ଘିଅ ଢାଳୁଛି ସେଞ୍ଚୁରି ଡିଆଁ ପେଟ୍ରୋଲ। ମାଲକାନଗିରିରେ ପେଟ୍ରୋଲ ୧୦୮ ଟଙ୍କା ୮୫ ପଇସା ତ ଡିଜେଲ ୧୦୪ ଟଙ୍କା ୬ ପଇସା। ଯଦିଓ ଦୁର୍ଗମ ଅଞ୍ଚଳ ଭାବେ ପରିବହନ ଖର୍ଚ୍ଚଟିକେ ଅଧିକ ଲାଗୁଛି, ହେଲେ ସମ୍ପୂର୍ଣ୍ଣ ଆଦିବାସୀ ପ୍ରବଣ ଜିଲ୍ଲାରେ ଏଭଳି ରେଟ୍ ଶୁଣି ଲୋକେ ଗରଗର ହେଉଛନ୍ତି। ସିଧା ସରକାରଙ୍କ ଉପରେ ଅସନ୍ତୋଷ ଝାଡୁଛନ୍ତି। ସେମିତି ପେଟ୍ରୋଲର ରାଜ୍ୟବ୍ୟାପୀ ରେଟ୍ ଅଲଗା ଅଲଗା ଥିଲେ ବି ସବୁଠି କିନ୍ତୁ ଶହେ ଉପରେ ପେଟ୍ରୋଲକୁ ପଛେ ପଛେ ଗୋଡ଼େଇଛି ଡିଜେଲ୍। ନିଇତି ସବୁଠି କିଛି ନା କିଛି ଦର ବି ବଢି ଚାଲିଛି।

Advertisment

ଭୁବନେଶ୍ୱରେ ଆଜି ପେଟ୍ରୋଲ୍ ଲିଟର ୧୦୩ ଟଙ୍କା ୨୮ ପଇସା ଥିବା ବେଳେ ଡିଜେଲ୍ ଦର ରହିଛି ୯୯ ଟଙ୍କା। ସେହିପରି ରାଉରକେଲାରେ ପେଟ୍ରୋଲ ୧୦୪ ଟଙ୍କା ୩୭ ଓ ଡିଜେଲ୍ ୧୦୦ ଟଙ୍କା ୭ ପଇସା, ବାରିପଦାରେ ପେଟ୍ରୋଲ ୧୦୩ ଟଙ୍କା ୪୪ ଓ ଡିଜେଲ୍ ୯୯ଟଙ୍କା ୧୯ ପଇସା ଥିବାବେଳେ ବ୍ରହ୍ମପୁରରେ ପେଟ୍ରୋଲ ୧୦୪ ଟଙ୍କା ୭୪ ଓ ଡିଜେଲ୍ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି।

ତଥ୍ୟ କହୁଛି ୨୦୨୦ ଏପ୍ରିଲରୁ ଏବେ ସୁଦ୍ଧା, ଅର୍ଥାତ୍ ଗଲା ଦେଢ଼ ବର୍ଷରେ ପେଟ୍ରୋଲ ଲିଟର ପିଛା ୩୪ ଟଙ୍କା ୭୩ ପଇସା ଓ ଡିଜେଲ୍ ୩୨ ଟଙ୍କା ୩୨ ପଇସା ବଢ଼ି ସାରିଲାଣି। ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ କାରଣରୁ ହିଁ ଦେଶରେ ହୁ ହୁ ବଢୁଛି ତୈଳ ଦର।

Advertisment

ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ଭାଟ୍ ବାବଦରେ ୨୪ ଟଙ୍କା ୧୭ ପଇସା ପାଉଥିବାବେଳେ ଉତ୍ପାଦ ଶୁଳ୍କ ବାବଦରେ କେନ୍ଦ୍ର ନେଉଛି ୩୨ ଟଙ୍କା ୯୦ ପଇସା। ଡିଲର କମିଶନ ପୁଣି ସେଥିରେ ମିଶୁଛି ୩ ଟଙ୍କା ୩୯ ପଇସା। ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ କହିଛି- ତୈଳ ଉପରେ କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଟିକସ ସ୍ଥିର କରିବା ଉଚିତ୍। ତେଣେ ବ୍ୟବସାୟୀ ସଂଘର ଯୁକ୍ତି- କୋଭିଡ୍ ସମୟରେ ରାଜସ୍ବ ହାସଲ ପାଇଁ ତୈଳ ଦର ବଢିଥିଲା, ଏବେ ସରକାର ଦର କମାଉ ନାହାନ୍ତି କାହିଁକି? 

ରିପୋର୍ଟ: ଜିତେନ୍ଦ୍ର ବେଉରା, କପିଳେନ୍ଦ୍ର ପ୍ରଧାନ

Odisha Petrol Hike Malkanagiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ