Advertisment

ବୁଢୀମା’ଙ୍କ ପ୍ରତିଭା ଦେଖି ତାଜୁବ୍ ହେଲେ ଲୋକେ

ସୋସିଆଲ୍ ମିଡିଆ ଏମିତି ଏକ ପ୍ଳାଟ୍‌ଫର୍ମ ଯେଉଁଠି କିଛି ବି ପୋଷ୍ଟ୍‌ ହେବା କ୍ଷଣି ତାହା ସାଙ୍ଗେ ସାଙ୍ଗେ ଭାଇରାଲ୍ ହୋଇଥାଏ। ଅନେକ ବଣମଲ୍ଲୀଙ୍କୁ ପ୍ରସ୍ଫୁଟିତ କରିବା ନେଇ ସୋସିଆଲ୍ ମିଡିଆର ଅନେକ ଭୂମିକା ରହିଛି। ଦେଖାଯାଏ ଯେ ବେଳେବେଳେ ଗ୍ରାମାଞ୍ଚଳର ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରେ ନାହିଁ। କିନ୍ତୁ ସୋସିଆଲ୍ ମିଡିଆ ଏପରି ଏକ ପ୍ଲାଟ୍‌ଫର୍ମ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିଭାକୁ ବିଶ୍ୱ ଦରବାରକୁ ଆଣିବାରେ ପ୍ରମୁଖ ମାଧ୍ୟମ ସାଜିଛି।

ଅଦ୍ୟତନ ହୋଇଛି
People were stunned to see grandma’s talent

ଏବେ ସେମିତି ଜଣେ ବଣବଲ୍ଲୀ ସାମ୍ନାକୁ ଆସିଛନ୍ତି। ଜଣେ ବୁଢୀମାଙ୍କ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବୁଢୀମା ତାଙ୍କ ପ୍ରତିଭା ଦେଖଉଛନ୍ତି। ସେ କେବଳ ତାଙ୍କ ଆଙ୍ଗୁଠିର ଚମତ୍କାର ଭଙ୍ଗୀ ମାଧ୍ୟମରେ ପୂରା ଗୀତର ବୋଲ୍‌କୁ କରି ଦେଖଉଛନ୍ତି। ତାଙ୍କର ଏହି ଭିଡିଓ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ ଯିଏ ବି ଦେଖୁଛି ସେ ବାରମ୍ବାର ଦେଖିବାକୁ ମନ କରୁଛି।

Advertisment

ଭିଡିଓରେ ବୁଢୀମା ଫୁଲ୍ ଫ୍ରେମ୍‌ରେ ନଜର ଆସୁଥିବା ବେଳେ ସେ ଶାଢୀ ପିନ୍ଧି ନିଜକୁ ଦେଶୀ ବେଶରେ ସଜ୍ଜେଇଛନ୍ତି। ଏହା ସହିତ ସେ ତାଙ୍କ ହାତକୁ ଗୋଲାପିରେ ରଙ୍ଗୀନ କରିଛନ୍ତି। ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଆପଣ ‘ଖାସା ବାଲା ଚାହାର’ର ନୂଆ ଗୀତ “ହାଁ ଜୀ ବିଲ୍‌କୁଲ୍ ପ୍ୟାର୍ କରେଙ୍ଗେ, ସିଧା ଦିଲ୍ ପେ ବାର୍ କରେଙ୍ଗେ” ଗୀତ ଶୁଣିବାକୁ ପାଇବେ।

ଭିଡିଓ ଆରମ୍ଭ ହେଉ ହେଉ ଏହି ବୁଢୀମା ନିଜ ଅଙ୍ଗୁଳି ଚାଳନାରେ ଗୀତର ତାଳକୁ ବୁଝେଇବାକୁ ଲାଗନ୍ତି। ଏହି ଭିଡିଓ ବାସ୍ତବରେ ଦେଖିଲା ଭଳି। ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳେ। ଏହି ଭିଡିଓକୁ ଆପଣ @anujtutter00 ନାମରେ ଥିବା ପେଜ୍‌ରେ ଦେଖିପାରିବେ। ଏହି ଭିଡିଓକୁ ଶେୟାର୍ କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ବୁଢୀମା ତ ସମସ୍ତଙ୍କୁ ଫେଲ୍ କରିଦେଲେ।”

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଥିଲେ। ଏହାର ଭିୟୁର ସଂଖ୍ୟା ତଥାପି ବଢିଚାଲିଛି। ଏହା ସହିତ ଭିଡିଓ ଉପରେ ହଜାର ହଜାର କମେଣ୍ଟ ମଧ୍ୟ ଆସୁଛି। ଜଣେ ଉପଭୋକ୍ତା ଏହି ଭିଡିଓ ଦେଖି ପସନ୍ଦ କରିବା ସହିତ କମେଣ୍ଟ୍‌ କରି କହିଛନ୍ତି ଯେ “ବୁଢୀମା ଆପଣ ତ କମାଲ୍ କରିଦେଲେ।” ସେହିପରି ଅନ୍ୟ ଜଣେ ମଧ୍ୟ ଲେଖିଛନ୍ତି ଯେ “ଏ ଭିଡିଓଟି ଏତେ ସୁନ୍ଦର ହୋଇଛି ଯେ ବୋଧହୁଏ ଏହା ପୂର୍ବରୁ ଏଭଳି ଭିଡିଓ କେହି ଦେଖି ନ ଥିବେ।” ଆଉ ଜଣେ ଉପଭୋକ୍ତା ଏଥିରେ ‘ସୁପର୍‌’ ବୋଲି ଲେଖିଛନ୍ତି। ଏହା ଛଡା ଭିଡିଓ ଉପରେ ଫାୟାର୍, ହାର୍ଟ ଓ ବ୍ଲଶ୍‌ ଇମୋଜୀ ମଧ୍ୟ ଶେୟାର କରାଯାଇଛି।

Unique Talent Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ