People Queue At Banks Aafter Money Allegedly Transfer To Bank Accounts
କାହା ପାଖକୁ ଆସୁଛି ୧୦ ହଜାର ଟଙ୍କା ତ ଆଉ କାହା ପାଖକୁ ଆସୁଛି ୭୦ ହଜାର ଟଙ୍କା। ହେଲେ କିଏ ପଠାଉଛି ଟଙ୍କା ? କେଉଁ ଉଦ୍ଦେଶ୍ୟରେ ଡିପୋଜିଟ୍ ହେଉଛି ହଜାର ହଜାର ଟଙ୍କା ? ସବୁଠାରୁ ବଡ଼ କଥା, ଏସମ୍ପର୍କରେ ନା ବ୍ୟାଙ୍କ ଆକାଉଣ୍ଟଧାରୀ ଜାଣିପାରୁଛନ୍ତି ନା ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି।
ସ୍ଥିତି ଏପରି ହୋଇଛି ଯେ, ଅଜଣା ସୂତ୍ରରୁ ଆସୁଥିବା ଏହି ଟଙ୍କାକୁ ଉଠାଣ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବାଟିପଡ଼ାରେ ଏଭଳି ରୋଚକ ଘଟଣା ଘଟିଛି। ଏଠାରେ ଥିବା ଓଡ଼ିଶା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଥିବା ଖାତାଧାରୀଙ୍କ ପାଖକୁ ଏଭଳି ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି।
ଟଙ୍କା ଡିପୋଜିଟ୍ ହେବା ପରେ ମୋବାଇଲକୁ ମେସେଜ୍ ଆସୁଛି। ଆଉ ମେସେଜ୍ ଆସିବା କ୍ଷଣି ଲୋକେ ସେହି ଟଙ୍କାକୁ ଉଠାଇବା ପାଇଁ କିମ୍ବା ସେ ସଂପର୍କରେ ଜାଣିବା ପାଇଁ ଧାଇଁ ଯାଉଛନ୍ତି ବ୍ୟାଙ୍କକୁ। ବ୍ୟାଙ୍କରେ ବି ବଢ଼ିଚାଲିଥିଲା ଅସମ୍ଭାଳ ଭିଡ଼।
ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ପହଞ୍ଚିବାକୁ ପଡ଼ିଥିଲା। ଏସବୁ ଟଙ୍କା କେଉଁଠୁ ଆସୁଛି, ଏନେଇ ଶାଖା ପରିଚାଳକ ମଧ୍ୟ କିଛି ଜାଣିନଥିବା କହିବା ପରେ ଏହି ଟଙ୍କାକୁ ନେଇ ଲାଗି ରହିଛି ରହସ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1694153632.jpg)