unique marriage
ବିବାହ ହେଉଛି ଦୁଇଟି ହୃଦୟର ମିଳନ । ହେଲେ ଆଠଗଡ଼ ଅଞ୍ଚଳର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି । ଝିଅପୁଅ ମଧ୍ୟରେ ନୁହେଁ ଏଠାରେ ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ । ଆଉ ଖୁବ୍ ଧୁମଧାମରେ ବର ସହ ଓସ୍ତ ଗଛର ବିବାହ କରାଯାଇଛି । ତେବେ ପୂରା ଅଞ୍ଚଳର ଏହି ନିଆରା ବିବାହକୁ ନେଇ ଚର୍ଚ୍ଚା ହେଉଛି ।
ବର ସାଜିଛି ଓସ୍ତ ଏବଂ କନିଆଁ ସାଜିଲା ବର ଗଛ । ବର ଆଉ ଓସ୍ତ ଗଛ ବାହାଘର କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗି ପାରେ ହେଲେ ଆଠଗଡ଼ ରାଧାମାଧବପୁର ଗାଁର ଦୁଇ ସାଙ୍ଗ ଏହି ବିବାହ କରାଇଛନ୍ତି । ୧୯୮୨ ମସିହାରେ ବର ଓ ଓସ୍ତ ଗଛ ଗଛ ଲଗାଇ ଥିଲେ ଦୁଇ ସାଙ୍ଗ । ଏହାର ଠିକ୍ ୪୦ ବର୍ଷ ପରେ କୋଭିଡି -19ର ନିମୟ ଭିତରେ ଏହି ବାହାଘର ହୋଇଛି । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଢୋଲ ମହୁରୀ ଶଙ୍ଖ ହୁଳହୁଳିରେ କମ୍ପିଥିଲା ରାଧାମାଧବପୁର ଗାଁ । ସମ୍ପୂର୍ଣ୍ଣ ହିନ୍ଦୁ ରିତି ନୀତି ଅନଯାୟୀ ବାହାଘର ହୋଇଛି ।
ତେବେ ଏହି ବିବାହରେ ବର ଯାତ୍ରୀ ଓ କନିଆଁ ଯାତ୍ରୀ ବି ଉପସ୍ଥିତ ଥିଲେ । ଶୁଭ ବେଳା ଓ ମୁହୂର୍ତ୍ତ ଦେଖି ଗୁରୁବାର ଦୁଇ ଗଛର ବାହାଘର କରାଯାଇଛି । ଏହା ଭିତରେ ଦୁଇ ସାଙ୍ଗଙ୍କ ବୟସ ବଢ଼ି ଗଲାଣି, କିନ୍ତୁ ବନ୍ଧୁତ୍ୱ ସେହିପରି ନିବିଡ଼ ରହିଛି । ଦୁଇ ସାଙ୍ଗ କନ୍ୟା ପିତା ଏବଂ ବର ପିତା ହୋଇ ବାହାଘର କରାଇଛନ୍ତି ।
ଆଠଗଡ଼ରୁ ନିଶିକାନ୍ତ ଦୋରାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643092051.jpg)