Jr JEE Show Case Notice
ହସିବା ମହଙ୍ଗା ପଡ଼ିଲା । ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ । ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଇଙ୍ଗିତ । ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ ଦର୍ଶାଅ ନୋଟିସର ପ୍ରତିବାଦ କରି ସେ କହିଛନ୍ତି, ଲଢ଼େଇ ଜାରି ରହିବ । ସେ କହିଛନ୍ତି, ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ପରିଦର୍ଶନ ସମୟରେ ସେ ନିଜେ ଏହା ଦେଖିଥିଲେ । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି ମିହିର ।
ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପରେ ଅବଶ୍ୟ ତାକୁ ବ୍ଲକ ପ୍ରଶାସନ ପକ୍ଷରୁ ଲୁଚାଇ ଦିଆଯାଇଥିବା କହିଛନ୍ତି ମିହିର । ଆରପଟେ ପିଡି ରବୀନ୍ଦ୍ର ସାହୁ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661329996.jpg)