Advertisment

ଦିନେ ଠେଲା ଦେଇ ୫୦ ଟଙ୍କା ରୋଜଗାର କରୁଥିଲେ, ଆଜି ଦିନକୁ ୨ ଲକ୍ଷ

ସ୍ୱାମୀ ଛାଡିଦେବା ପରେ ଆରମ୍ଭ ହୋଇଗଲା ସଂଘର୍ଷ। ପିଲାମାନଙ୍କୁ ମଣିଷ କରିବା ପାଇଁ ଠେଲା ଲଗେଇ ଦିନକୁ ରୋଜଗାର କରୁଥିଲେ ମାତ୍ର ୫୦ ଟଙ୍କା। ଆଜି ସେ ଦିନକୁ କରୁଛନ୍ତି ୨ ଲକ୍ଷ ଟଙ୍କା ରୋଜଗାର।

ଅଦ୍ୟତନ ହୋଇଛି
Patricia Narayan earns 2 lakh revenue per day

Patricia Narayan earns 2 lakh revenue per day

Advertisment

ଯଦି ତୁମ ମନରେ ଉତ୍ସାହ ଅଛି ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଆଗ୍ରହ ଅଛି, ତେବେ ଜୀବନରେ ଯେତେ କଷ୍ଟ ଆସିଲେ ବି ସବୁ ପାର ହୋଇଯିବ। କଠିନ ପରିଶ୍ରମର ବଳରେ ବିଳମ୍ବରେ ହେଉ ପଛେ ଏହା ତୁମକୁ ଠିକ ସ୍ଥାନରେ ପହଞ୍ଚାଇ ଦେବ। ଏହିଭଳି ଜଣେ ମହିଳା ତାଙ୍କ ଲ‍କ୍ଷ ହାସଲ କରିଛନ୍ତି।

Advertisment

ଏହି ମହିଳା ଜଣଙ୍କ ପାଟ୍ରିସିଆ ନାରାୟଣ ହୋଇଥିବା ବେଳେ ସେ ଜୀବନରେ ବହୁତ କିଛି ହରାଇଥିଲେ। ଖୁବ୍ କମ ବୟସରେ ଏକ ଭୁଲ ନିଷ୍ପତ୍ତି ହେତୁ, ସେ ଏମିତି ଏକ ରାସ୍ତାରେ ଚାଲିଗଲେ ଯେ ଯେଉଁଠାରେ ଥିଲା ସଂଗ୍ରାମ ହିଁ ସଂଗ୍ରାମ। ଯେତେବେଳେ ତାଙ୍କ ସ୍ୱାମୀ ପ୍ରତାରଣା କଲେ, ନିଜକୁ ଏବଂ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କୁ ଘର ଘର ବୁଲିବାକୁ ପଡୁଥିଲା। ତାଙ୍କ ପରିଶ୍ରମ ତାଙ୍କୁ ଏବେ କୋଟିପତି କରିଦେଇଛି। ଆଜି ପାଟ୍ରିସିଆ ନାରାୟଣ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ସଂଘର୍ଷର କାହାଣୀ ଏବେ ସବୁ ନାରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛି।

କିଏ ଏହି ପାଟ୍ରିକିଆ ନାରାୟଣ:

ପାଟ୍ରିସିଆ ନାରାୟଣ ଚେନ୍ନାଇର ବାସିନ୍ଦା। ସେ 'ସନ୍ଦୀପା' ରେଷ୍ଟୁରାଣ୍ଟର ନିର୍ଦ୍ଦେଶକ। ରେଷ୍ଟୁରାଣ୍ଟ ମାଲିକ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଏତେ ସହଜ ନଥିଲ। ତାଙ୍କ କ୍ୟାରିୟର ଏକ ଠେଳାଗାଡିରୁ ଆରମ୍ଭ ହୋଇଥିଲା। ଆଜି୨୦୦ରୁ ଅଧିକ କର୍ମଚାରୀ ତାଙ୍କ ସହିତ କାମ କରୁଛନ୍ତି। ୨୦୧୦ ମସିହାରେ, ପାଟ୍ରିକିଆ FICCI Entrepreneur of the Year ପୁରସ୍କାର ପାଇଛନ୍ତି।

Advertisment

ପାଟ୍ରିସିଆଙ୍କ ପ୍ରାରମ୍ଭିକ ଜୀବନ:

ଯେତେବେଳେ ପାଟ୍ରିସିଆ ନାରାୟଣଙ୍କୁ ୧୭ ବର୍ଷ ହୋଇଥିଲା, ସେତେବେଳେ ସେ ଅନ୍ୟ ଧର୍ମର ଜଣେ ପୁଅକୁ ଭଲ ପାଉଥିଲେ ଏବଂ ସେମାନେ ପରିବାରର ସହମତି ବିନା ବିବାହ କରିଥିଲେ। ନିଜର ସ୍ୱାଧୀନ ଇଚ୍ଛାରେ ବିବାହ କରିବା ପରେ ପାଟ୍ରିସିଆଙ୍କ ପିତା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ। ପାଟ୍ରିସିଆଙ୍କ ଜୀବନରେ ଏଇଠୁ ହିଁ ଆସିଥିଲା ପରିବର୍ତ୍ତନ।

ବିବାହ ପରେ ପାଟ୍ରିସିଆଙ୍କ ଜୀବନ:

ପାଟ୍ରିସିଆଙ୍କ ସ୍ୱାମୀ ଜଣେ ନିଶା ସେବକ ଥିଲେ। ସେ ତାଙ୍କୁ ମାରଧର ମଧ୍ୟ କରୁଥିଲେ। ଏକ ସମୟ ଆସିଲା ଯେତେବେଳେ ପାଟ୍ରିସିଆ ହୃଦୟଙ୍ଗମ କଲେ ଯେ ପରିବାର ବିରୁଦ୍ଧରେ ଯାଇ ବିବାହ କରିବା ଭୁଲ ନିଷ୍ପତ୍ତି ଥିଲା। ଯେତେବେଳେ ସ୍ୱାମୀ ଅତ୍ୟଧିକ ନିର୍ଯାତନା ଦେବା ଆରମ୍ଭ କଲେ, ପାଟ୍ରିସିଆ ଏହାକୁ ସହି ପାରିଲେ ନାହିଁ ଏବଂ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ସ୍ଥିର କଲେ। ଏହି ସମୟରେ, ତାଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ। ସ୍ୱାମୀ ବିନା ସେ ଦୁଇ ପିଲାଙ୍କ ସହ ଅସହାୟ ହୋଇପଡିଥିଲେ। ସ୍ୱାମୀ କିମ୍ବା ବାପା ତାଙ୍କୁ ସମର୍ଥନ କରି ନଥିଲେ।

Advertisment

ପାଟ୍ରିସିଆ ଲଗେଇଲେ ଠେଲା:

ପାଟ୍ରିସିଆ ହାର ମାନିଲେ ନାହିଁ। ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ସେ ଚେନ୍ନାଇର ମରିନା ବିଚ୍‌ରେ ଠେଲା ଲଗେଇଲେ। ଦିନସାରା ସମୁଦ୍ର କୂଳରେ ବୁଲିବା ପରେ ସେ ମାତ୍ର ୫୦ ଟଙ୍କା ପାଉଥିଲେ। ସେ କିନ୍ତୁ ନିଜର ସାହସ ହରାଇଲେ ନାହିଁ ଏବଂ ନିରନ୍ତର ପରିଶ୍ରମ କଲେ। ସେ ଦିନେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବା ଆରମ୍ଭ କଲେ।
ବ୍ୟବସାୟୀ ହେବା ପାଇଁ ପାଟ୍ରିସିଆଙ୍କ ଯାତ୍ରା:

ଏହା ପରେ, ପାଟ୍ରିସିଆ ସ୍ଲମ୍ କ୍ଲିୟରାନ୍ସ ବୋର୍ଡ ଏବଂ ନ୍ୟାସ୍‌ନାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନିଂ ସ୍କୁଲ୍‌ରେ କ୍ୟାଣ୍ଟିନ୍‌ ଚଳାଇବା ଆରମ୍ଭ କଲେ। ସେ ଏହି କାମରୁ ପ୍ରତି ସପ୍ତାହରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ସେ ତାଙ୍କ ଝିଅର ବିବାହ ଖୁବ ଧୁମଧାମରେ କଲେ। ହେଲେ ଏକ ଦୁର୍ଘଟଣା ଝିଅ ଜ୍ୱାଇଁଙ୍କ ମୃତ୍ୟୁ ହେଲା। ସେ ଭାଙ୍ଗି ପଡିଥିଲେ ବି ତାଙ୍କ ପୁଅ ତାଙ୍କୁ ସମ୍ଭାଳି ନେଇଥିଲେ। ଏହା ପରେ ପାଟ୍ରିକିଆ, ଦୁଇ କର୍ମଚାରୀଙ୍କ ସହିତ ଝିଅର ନାମରେ 'ସନ୍ଦୀପା' ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ଆଜି ଏହାର ୧୪ ଟି ଆଉଟଲେଟ୍ ଅଛି ଏବଂ ୨୦୦ରୁ ଅଧିକ କର୍ମଚାରୀ ଏଥିରେ କାମ କରୁଛନ୍ତି।

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ