Advertisment

ଗୁରୁତର ଅବସ୍ଥାରେ ମେଡିକାଲ୍‌ ଆସିଲେ, ହେଲେ ଅଧ ଘଣ୍ଟା ଧରି ଖୋଲିଲାନି ଆମ୍ବୁଲାନ୍ସ ଡୋର୍‌...

ମେଡିକାଲ୍‌ ସାମ୍ନାରେ ଆମ୍ବୁଲାନ୍ସ ଡୋର୍‌ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା।

Patient gets stuck in 108 ambulance for 30 minutes in Keonjhar

Patient gets stuck in 108 ambulance for 30 minutes in Keonjhar

Advertisment

ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ମେଡିକାଲ୍‌ ଆସିଲେ, ହେଲେ ମେଡିକାଲ୍‌ ବାହାରେ ଅଧ ଘଣ୍ଟାଏ ଧରି ଖୋଲିଲାନି ଆମ୍ବୁଲାନ୍ସ ଡୋର୍‌। ଫଳରେ ମେଡିକାଲ୍‌ ବେଡ୍‌କୁ ଯାଇ ନପାରି ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଭିତରେ ଫସି ରହିଲେ ବୃଦ୍ଧା। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, କେନ୍ଦୁଝର ସଦର ଥାନା କାଠବାଉଁଶୁଳି ଅଞ୍ଚଳର ଜଣେ ବୃଦ୍ଧା ୧୦୮ ଆମ୍ବୁଲାନ୍ସରେ ମେଡିକାଲ୍‌ ଆସିଥିଲେ। ଅସୁସ୍ଥ ଥିବାରୁ ତାଙ୍କୁ ଝୁମ୍ପୁରା ମେଡିକାଲ୍‌କୁ ଅଣାଯାଇଥିଲା। ମେଡିକାଲ୍‌ ସାମ୍ନାରେ ଆମ୍ବୁଲାନ୍ସ ଡୋର୍‌ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ବହୁ ସମୟ ଧରି ଡୋର୍‌କୁ ଠେଲାପେଲା କରି ଖୋଲିବାକୁ ଉଦ୍ୟମ ପରେ ଏହା ଖୋଲିଥିଲା।

ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଝୁମ୍ପୁରାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ