Advertisment

ଭୁଲ୍‌ ରକ୍ତ ନେଲା ରୋଗୀଙ୍କ ଜୀବନ ! O+ ଜାଗାରେ ଦିଆଯାଇଥିଲା B+ ବ୍ଲଡ୍‌ !

ଭୁଲ୍‌ ରକ୍ତ ଯୋଗୁ ଚାଲିଗଲା ଜୀବନ। O+ ଜାଗାରେ B+ ରକ୍ତ ଦିଆଗଲା। ଫଳରେ ମୃତ୍ୟୁ ଘଟିଲା। ଏଭଳି କିଛି ଅଭିଯୋଗ ଆସିଛି ରାଉରକେଲାରୁ।

ଅଦ୍ୟତନ ହୋଇଛି
wrong blood transfusion

wrong blood transfusion

Advertisment

ରାଉରକେଲା: ଭୁଲ୍‌ ରକ୍ତ ଦେବାରୁ ଚାଲିଗଲା ରୋଗୀର ଜୀବନ। O+ ଜାଗାରେ B+ ରକ୍ତ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଉକ୍ତ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲି ପଞ୍ଚାୟତ ବୁଢ଼ାକଟାର ସରୋଜିନୀ କାକ ପୂର୍ବରୁ ସିକଲ ସେଲ୍(ଶିକୁଳି ପୀଡ଼ିତ ରୋଗୀ) ରୋଗରେ ପୀଡ଼ିତ ଥିଲେ। ତାଙ୍କର ବ୍ଲଡ୍‌ ଗ୍ରୁପ୍‌ ହେଉଛି  O+। ଗତ ୧୦ ତାରିଖରେ ତାଙ୍କୁ କୁତ୍ରା ହସ୍ପିଟାଲରୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ O+ ଜାଗାରେ B+ ରକ୍ତ ଦିଆଯାଇଥିବା ସରୋଜିନୀଙ୍କ ଭଉଣୀ ଅଞ୍ଜନା ଅଭିଯୋଗ କରିଛନ୍ତି। ଫଳରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀ ଅଭିଯୋଗ ଆଣି ଏହା କହିଛନ୍ତି। 

ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ମେଡିକାଲ କର୍ତ୍ତୃପକ୍ଷ ୫ ଜଣିଆ ଟିମ୍ ଗଠନ କରିଛନ୍ତି। ତଦନ୍ତ ପରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।  

Advertisment
Patient Death Rourkela Govt Hospital Wrong Blood Transfusion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ