Mo Bus
ମଝି ରାସ୍ତାରେ ଯାତ୍ରୀଙ୍କୁ କନ୍ଦାଇଲା ମୋ ବସ୍ । କଟକ କାଠଯୋଡି ରିଙ୍ଗ୍ ରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଲା ମୋ ବସ୍ । ବସ୍ର ଆଗ ପଛ ଦୁଇଟି ଡୋର୍ ନଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ପଶିଲା ଛନକା । ବେଶ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।
କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍ର ଦୁଇଟି ଯାକ ଡୋର ଖୋଲି ନଥିଲା । ଏଥିପାଇଁ ବସ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କେହି କେହି ଯାତ୍ରୀ ଝରକା ବାଟେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ କିଛି ଯାତ୍ରୀ ଡ୍ରାଇଭର ପାର୍ଶ୍ୱ ଡୋର ଦେଇ ବାହାରକୁ ଆସିଥିଲେ । ଶେଷରେ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଡୋର ଖୋଲା ଗଲାପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mo_Bus_1666200870.jpg)