Advertisment

ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌, ୬ ମୃତ

ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବିଦୁ ଛକରେ ଆଜି ଅପରାହ୍ଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେବାରୁ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଉଦଳାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ‘ଶାନ୍ତିଲତା’ ବସ୍‌କୁ ବିଦୁ ଛକରେ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଓଲଟି ପଡ଼ିଥିଲା। ଏହି ସମୟରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଉ ଥିଲେ। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବର୍ଷକର ଶିଶୁ ଥିବା ସୂଚନା ମିଳିଛି। 

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ ଉଭୟ ବସ୍ ଓ ଟ୍ରକ୍ ଓଲଟି ପଡ଼ିଥିଲା। ଟ୍ରକ୍‌ଟି ରାସ୍ତା ଉପରେ ଓଳଟି ପଡ଼ିଥିବା ବେଳେ ବସ୍‌ଟି ରାସ୍ତା କଡ଼ ଖାଲକୁ ଓଲଟି ପଡ଼ିଛି। 

Advertisment

ସୋର ବସ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏତଦ୍‌ବ୍ୟତୀତ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ