Parents lock school at Brahmagiri village
ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ । ପୁରୀ ବ୍ରହ୍ମଗିରି ବ୍ଲକରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବ୍ରହ୍ମଗିରି ବ୍ଲକ ବିଜିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଅନୈତିକ କାର୍ଯ୍ୟକଳାପର ଅଭିଯୋଗରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି ।
ସୂଚନା ଅନୁସାରେ, ଗତ ୬ ମାସ ପୂର୍ବେ ବିଜିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବାରୁ ତାଙ୍କର ବଦଳି କରାଯାଇଥିଲା । ହେଲେ ଏବେ ପୁଣି ଶିକ୍ଷକଙ୍କୁ ବିଜିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି ।ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ବାରମ୍ୱାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁନଥିବାରୁ ଏହି ଅଭିଯୋଗରେ ଗ୍ରାମବାସୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653566950.jpg)