Advertisment

ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ: ଏପଟେ ଚାଲିଛି ବାହାଘର, ସେପଟେ ଶୁଦ୍ଧିକ୍ରିୟା...

ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ।

ଅଦ୍ୟତନ ହୋଇଛି
parents against love marriage perform last rites of daughter in aul

parents against love marriage perform last rites of daughter in aul

Advertisment

ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ। ଗୋଟିଏ ପଟେ ଝିଅର ପ୍ରେମ ବିବାହ, ଅନ୍ୟପଟେ ଝିଅର ଶୁଦ୍ଧିକ୍ରିୟା କରୁଛନ୍ତି ବାପାମା’। ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ। ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଯୁବତୀ ଜଣକ ପ୍ରେମ ବିବାହ କରିବା ପରେ ତାଙ୍କ ପରିବାର ଲୋକ ଏପରି ଚରମ ପଦକ୍ଷେପ ନେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଆଳି ନୂଆବଜ଼ାର ଅଞ୍ଚଳର ଶ୍ରୀବାସ୍ତବ ମଲିକଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରି ଆସୁଥିଲେ। ସମସ୍ତଙ୍କ ବିରୋଧ ସତ୍ତ୍ୱେ ଗତ ସୋମବାର ଉଭୟେ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରିଥିଲେ।

ସେପଟେ ଏହି ବିବାହକୁ ବିରୋଧ କରି ନିଜ ଝିଅର ଶୁଦ୍ଧିକ୍ରିୟା କରିଦେଇଛନ୍ତି ତାଙ୍କ ବାପାମା’। ନିଜ ଘର ସାମ୍ନାରେ ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏପରିକି ସେମାନେ ଝିଅର ପିଣ୍ଡଦାନ କରିବା ସହ ବନ୍ଧୁ ବାନ୍ଧବଙ୍କୁ ଡାକି ଶୁଦ୍ଧିକ୍ରିୟା କରିଛନ୍ତି। ଏହି ଅବସରରେ ବିଧି ଅନୁଯାୟୀ ଲୋକଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment
Love Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ