Advertisment

ACF ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ପୂରିଲା ବର୍ଷେ; ଏଯାଏଁ ମିଳିନି ନ୍ୟାୟ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...

ଅଦ୍ୟତନ ହୋଇଛି
Paralakhemundi ACF Death case

Paralakhemundi ACF Death case

Advertisment

ଗଜପତି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ପରିବାର ଲୋକେ ତାଙ୍କ ପୁଅର ହତ୍ୟା କରାଯାଇଥିବା ନେଇ ତିନି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବା ଏବଂ ପୋଲିସ ହତ୍ୟା ମାମଲା ରୁଜୁ କରିବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ଆଜିଯାଏଁ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୋହଭରା କଣ୍ଠରେ କହିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା ।

Advertisment

ଏପରିକି ପୋଲିସ, କ୍ରାଇମବ୍ରାଞ୍ଚ, ରାଜ୍ୟ ସରକାର ଏବଂ କୋର୍ଟ କଚେରୀ କେହି ତାଙ୍କୁ ନ୍ୟାୟ ଦେଲେନି ବୋଲି କହିଛନ୍ତି । ରୋଜଗାରିଆପୁଅକୁ ହରାଇ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ପୁଅକୁ ଯୋଜନାବଦ୍ଧ ହତ୍ୟା କରିଥିବା ଅଭିଯୁକ୍ତମାନେ ଅନାୟସରେ ବୁଲୁଥିବା କହିଛନ୍ତି । ସୌମ୍ୟରଞ୍ଜନଙ୍କ ବାପା ଗତକାଲି ବାଲେଶ୍ୱର ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟରଞ୍ଜନଙ୍କ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ପୁଅ ହତ୍ୟାକାରୀଙ୍କୁ ଧରିବାକୁ ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ,୨୦୨୧ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ୧୩ ତାରିଖରେ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଘନ ଘନ ତଦନ୍ତ ପରେ ବି ହତ୍ୟାକାରୀ ସମ୍ପର୍କରେ ମିଳିନାହିଁ ପ୍ରମାଣ। 

Advertisment

ତେବେ କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ବର୍ଷେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ମିଳିନି। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। 

Paralakhemundi ACF Death ACF Soumya Ranjan Death Case Acf Soumyaranjan Death Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ