Advertisment

ରାସ୍ତାରେ ଶୁଖୁଥିଲା ବାଣ, କାର୍‌ ଚଢ଼ିଯିବାରୁ ହଠାତ୍ ହେଲା ବିସ୍ଫୋରଣ...

ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍‌ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା।

Panic grips after firecracker blast damages car in Kendrapara

Panic grips after firecracker blast damages car in Kendrapara

Advertisment

କେନ୍ଦ୍ରାପଡ଼ାରେ ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍‌ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ କାର୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଖଣ୍ଡିଆ ବନ୍ଧ ଗାଁରେ ଏହି ବିସ୍ଫୋରଣ ହୋଇଛି ।

Advertisment

ସୂଚନା ଅନୁସାରେ, ବାଣ ତିଆରି କରି କେହି ରାସ୍ତାରେ ଶୁଖାଇଥିବା ବେଳେ ରାସ୍ତାରେ ଯାଉଥିବା କାର୍‌ ଚକ ଚଢ଼ି ଯିବାରୁ ବଡ଼ ବିସ୍ଫୋରଣ ହୋଇଥିଲା । ଫଳରେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ