ଏଣିକି ପାନ୍‌ ସହ ଆଧାର ଲିଙ୍କ୍ ନ କଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ପ୍ରାୟତଃ ସମସ୍ତ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଥାଏ । ଆଧାର ସହ ପାନ୍ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଅନେକ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ପାନ୍‌ ସହ ଆଧାର ଲିଙ୍କ କରିବାର ତାରିଖ ମଧ୍ୟ ପୂର୍ବରୁ ଅନେକ ଥର ବୃଦ୍ଧି କରାଯାଇଛି ।

ହେଲେ ଏହାର ସମୟସୀମାର ଅବଧିକୁ କେନ୍ଦ୍ର ସରକାର ଏବେ ପୁଣି ଥରେ ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ସମୟ ସୀମା ଅନୁଯାୟୀ ଏବେ ସମସ୍ତେ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ କରାଇପାରିବେ । ଯେଉଁମାନେ ଲିଙ୍କ କରିନାହାନ୍ତି ସେମାନେ ଏହି ସମୟ ମଧ୍ୟରେ ହିଁ ତୁରନ୍ତ ଅପିଲ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେଣୁ ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ଆଧାର କାର୍ଡ ସହ ପାନ୍‌ କାର୍ଡ ଲିଙ୍କ କରିବେ ନାହିଁ ସେମାନଙ୍କ ପ୍ୟାନ୍‌ କାର୍ଡ ଡିଆକ୍ଟିଭେଟ୍‌ କରିଦିଆଯିବ ବୋଲି ସ୍ପଷ୍ଟ ଭାବରେ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିବ ।

ଯଦି କେହି ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆଧାର କାର୍ଡ ସହ ପାନ୍‌ କାର୍ଡ ଲିଙ୍କ ନ କରନ୍ତି ତେବେ ସେମାନଙ୍କୁ ୧ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ସେହିପରି ପାନ୍‌ କାର୍ଡ ଡିଆକ୍ଟିଭ ଥିବାବେଳେ ବ୍ୟବହାର କରିଲେ ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

ସମସ୍ତ କାର୍ଯ୍ୟ ପାଇଁ ପାନ୍‌ କାର୍ଡ ବ୍ୟବହାର ବାଧ୍ୟତାମୂଳକ ରହିଥାଏ । ତେଣୁ ପାନ୍‌ କାର୍ଡ ଡିଆକ୍ଟିଭ ଥିଲେ ବିଭିନ୍ନ ପ୍ରକାକରର ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ଯେମିତିକି ଡିମେଟ୍‌ ଆକାଉଣ୍ଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଦି ସମୟରେ ସମସ୍ୟା ଦେଖାଯିବ । ଏପରିକି ପାନ୍‌ କାର୍ଡ ନିହାତି ଆବଶ୍ୟକ ଥିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାମାନ ଦେଖାଯିବ । ତେଣୁ ଯବି ବର୍ତ୍ତମାନ ପର୍ଯ୍ୟନ୍ତ କେହି ପାନ୍‌ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ତେବେ ତାହା ତୁରନ୍ତ କରିଦିଅନ୍ତୁ ।

କେମିତି କରିବେ ପାନ୍‌ ସହ ଆଧାରର ଲିଙ୍କ?

(କିମ୍ୱା)