Over 50 people fall sick after reportedly eating ice creams in koraput
ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କୋରାପୁଟ ଜିଲ୍ଲାରେ ଏହି ଘଟଣା ଘଟିଛି। ଗତକାଲି ସେମିଳିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବଦଳିଗୁଡ଼ା, ଘାଟଗୁଡ଼ା, ବୁଧାରୀ ଗାଁକୁ ଆଇସକ୍ରିମ୍ ବିକାଳୀ ଯାଇଥିଲେ। ପ୍ରବଳ ଖରା ଯୋଗୁ ୩ ଗାଁର ମହିଳା ଓ ଶିଶୁମାନେ ଆଇସକ୍ରିମ୍ ଖାଇଥିଲେ।
ସୂଚନା ଅନୁସାରେ, କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା। ଏହାପରେ ପ୍ରାୟ ୪୦ ଜଣଙ୍କୁ ସୁନାବେଡ଼ା ଓ ୨୫ରୁ ଅଧିକ ଲୋକଙ୍କୁ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଖବରପାଇ ପୋଟାଙ୍ଗି ବିଧାୟକ ହସ୍ପିଟାଲ୍ ଯାଇ ଅସୁସ୍ଥଙ୍କୁ ଭେଟି ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1685847589.jpg)