Advertisment

ଓଟିଭି କେୟାର୍ସ:୨୫ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର ସ୍ଥିତ ହ୍ୟୁମାନ୍‌ ଲାଇଫ ସେଣ୍ଟରରେ ଓଟିଭି କେୟାର୍ସ ପକ୍ଷରୁ ୨୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଗତ ୪ ମାସ ଧରି ପ୍ରଶିକ୍ଷଣ ଦିଆଯାଥିବା ବେଳେ ସେମାନଙ୍କର ଶିକ୍ଷା ସମାପ୍ତ ହୋଇଛି।

ଅଦ୍ୟତନ ହୋଇଛି
OTV Cares provides certificates to 25 students after successful completion of training

OTV Cares provides certificates to 25 students after successful completion of training

Advertisment

ଓଟିଭି କେୟାର୍ସ ପକ୍ଷରୁ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଭୁବନେଶ୍ୱର ସ୍ଥିତ ହ୍ୟୁମାନ୍‌ ଲାଇଫ ସେଣ୍ଟରରେ ଓଟିଭି କେୟାର୍ସ ପକ୍ଷରୁ ୨୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଗତ ୪ ମାସ ଧରି ପ୍ରଶିକ୍ଷଣ ଦିଆଯାଥିବା ବେଳେ ସେମାନଙ୍କର ଶିକ୍ଷା ସମାପ୍ତ ହୋଇଛି। ଏହାସହ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।

Advertisment

କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଓ ସ୍ପୋକେନ୍ ଇଂଲିଶ କୋର୍ସ ମାଧ୍ୟମରେ ପିଲାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଶିକ୍ଷା ପ୍ରଦାନ କରାଯାଇଥିଲା। ୪ ମାସର ଏହି ଶିକ୍ଷାଦାନ ଶେଷ ହେବା ପରେ ହ୍ୟୁମାନ୍‌ ଲାଇଫ ସେଣ୍ଟରରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

ଓଟିଭିର ସିଏଫଓ ଏସ୍‌.କେ. ମାଇତି ଓ ହ୍ୟୁମାନ୍‌ ଲାଇଫ ସେଣ୍ଟର ଡାଇରେକ୍ଟର ଜେରୋମ ସିକ୍ୱେରିୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।

Advertisment
OTV Cares
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ