Advertisment

ଅରିନ୍ଦମଙ୍କ ନାଁରେ OTV ର ସ୍କଲାରସିପ୍‌ ଘୋଷଣା

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
undefined

arindam das

Advertisment

ଭୁବନେଶ୍ୱର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।

Advertisment

ସୂଚନାଥାଉ କି, କର୍ତ୍ତବ୍ୟ ସମ୍ପାଦନ ବେଳେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶଙ୍କର ଗତ ୨୪ ତାରିଖରେ ଅକାଳ ବିୟୋଗ ହୋଇଥିଲା । କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ ଯାଇଥିବାବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ। ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା। ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା କରାଯାଇଥିଲା ଏବଂ ପ୍ରଭାତ ଏବେ ସୁସ୍ଥ ଅଛନ୍ତି।

Advertisment

ତେବେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା ପୂର୍ବରୁ କରିସାରିଛି ଓଟିଭି। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏଇ ଘୋଷଣା କରିଥିଲେ। ଶୋକବାର୍ତ୍ତାରେ ଜଗି କହିଥିଲେ ଯେ ଅରିନ୍ଦମଙ୍କ ଅକାଳ ବିୟୋଗ କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଥିଲେ ଜଗି ମଙ୍ଗତ।

Otv Journalist Arindam Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ