Advertisment

ଲାଲ୍‌ବାହିନୀର ଭୟରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍‌ ଚଳାଚଳ। ଲାଲ୍‌ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି।

OSRTC Bus Services Suspended In Maoist Affected Districts

OSRTC Bus Services Suspended In Maoist Affected Districts

Advertisment

ସଙ୍କୁଚିତ ହେଉଛି ମାଓ ଦୁର୍ଗ। ତଥାପି ଦୂର ହେଉନି ଲାଲ୍‌ବାହିନୀର ଭୟ। ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍‌ ଚଳାଚଳ। ଲାଲ୍‌ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। ଗତ ୨୮ ତାରିଖରୁ ନକ୍ସଲ ସଂଗଠନର ସହିଦ ସପ୍ତାହ ପାଳନ ଯୋଗୁ ଏବେ ମାଓପ୍ରବଣ ଜିଲ୍ଲା ମାନଙ୍କରେ ସରକାରୀ ବସ୍‌ ସେବା ଠପ ହୋଇଯାଇଛି। 

Advertisment

ମାଓ ଅଧ୍ୟୁଷିତ ଅଞ୍ଚଳ ତଥା ଆନ୍ତରାଜ୍ୟ ବସ୍‌ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଓବାଦୀମାନେ ସହିଦ ସପ୍ତାହ ଡାକରା ଦେଲେ ମାଓ ଅଧ୍ୟୁଷିତ ଜିଲ୍ଲାର ଲୋକେ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯିବାକୁ ହେଲେ ସରକାରୀ ବସ୍ ମିଳୁନି।ସରକାରୀ ବସ୍‌ ବନ୍ଦ ଥିବାରୁ ଘରୋଇ ବସ୍‌ରେ ନାହିଁ ନଥିବା ଭିଡ଼।ଏଣୁ ଭିଡ଼ରେ ଯାତ୍ରା କରିବା ସୁରକ୍ଷିତ ମଣୁ ନାହାନ୍ତି ଯାତ୍ରୀ। 

ପ୍ରତିବର୍ଷ ମାଓ ସଂଗଠନ ୨ଥର ସହିଦ ସପ୍ତାହ ଡାକରା ଦେଇଥାଏ ମାଓ ସଂଗଠନ।  ଜୁଲାଇ ୨୮ରୁ ଅଗଷ୍ଟ ୩ ଏବଂ ଡିସେମ୍ବର ୩ରୁ ୯ ତାରିଖ ଯାଏ ଲାଲ୍‌ବାହିନୀ ବନ୍ଦ ପାଳନ କରିଥାଏ।ଏହାରି ଭିତରେ ରାଜ୍ୟ ପରିବହନ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଥାଏ। ଯଦି ମାଓ ଗତିବିଧି ହ୍ରାସ ପାଇଛି ତା’ହେଲେ ସହିଦ ସପ୍ତାକୁ ଏତେ ଭୟ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓମୁକ୍ତ ହେଉଥିବା କଥା ସରକାର କହୁଛନ୍ତି। ମାତ୍ର ଏବେବି ଲାଲ୍‌ବାହିନୀର ଡାକରା ଦେବା ମାତ୍ରେ ବସ୍‌ ସେବା ବନ୍ଦ କାହିଁକି ବୋଲି ଯାତ୍ରୀ ପ୍ରଶ୍ନ କରିଛନ୍ତି।

Advertisment

ଅନ୍ୟପକ୍ଷେ, ସହିଦ ସପ୍ତାହରେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ଥିବା ବେଳେ, ସରକାରୀ ବସ୍‌ ଚଳାଚଳ ମଧ୍ୟ ସ୍ୱାଭାବିକ କରିବାକୁ ସାଧାରଣରେ ଦାବି ହୋଇଛି। 

(ମାଲକାନଗିରିରୁ ଜିତେନ୍ଦ୍ର, ରାୟଗଡ଼ାରୁ ମାଉଡି ଏବଂ ଜୟପୁରରୁ ଟି. ଗୌରୀଶଙ୍କର ରିପୋର୍ଟ)

Advertisment
Maoists OSRTC Bus Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ