Orphan Girl Delivers Newspaper
ଭଞ୍ଜନଗର: ନାରୀ କେବେ ଅବଳା କି ଦୁର୍ବଳା ନୁହେଁ, ଏହା ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ମୁଜାଗଡ ଗାଁର ନିରୁପମା। ସକାଳ ହଉ ହଉ ସାଇକେଲରେ ଖବରକାଗଜ ରଖି ବାହାରି ପଡ଼ନ୍ତି ଓ ଘର ଘର ବୁଲି ଖବରକାଗଜ ପକାନ୍ତି।
ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି। ଖବରକାଗଜ ଘରେ ଘରେ ଦେଇ ସେ ରୋଜଗାର କରିପାରୁଛନ୍ତି।
ନିରୁପମାଙ୍କ ଜେଜେବାପା, ତାପରେ ବାପା ଏବଂ ଜେଜେମାଆ ମଧ୍ୟ ପେପର ବିକ୍ରି କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ନିରୁପମାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପାମାଆ ଆରପାରିକୁ ଚାଲିଗଲେ। ତେଣୁ ସେବେଠାରୁ ପେପର ବିକ୍ରି କରି ନିଜେ ଚଳୁଛନ୍ତି ନିରୁପମା। ପରିବାରର ଜଣକ ପରେ ଜଣେ ଆରପାରିକୁ ଚାଲିଗଲା ପରେ ସେ ଏକା ଏକା ହୋଇଯାଇଥିଲେ ବି ତାଙ୍କର ମନୋବଳ ଭାଙ୍ଗିନି।
Also Read
ନିରୁପମାଙ୍କ ୨ ବଖରା ଟିଣ ଛପର ଘର ଅଛି। କିଛି ବର୍ଷ ହେଲା ନିଜ ରୋଜଗାର ଟଙ୍କାରୁ ଟିଣ ଘରଟିଏ କରିଛନ୍ତି, ହେଲେ ସରକାରୀ ସହାୟତା ବୋଲି କିଛି ନାହିଁ। ସେ ପିଲା ବେଳୁ କଠିନ ପରିଶ୍ରମୀ ବୋଲି ପଡୋଶୀ କୁହନ୍ତି। ସ୍ୱାଭିମାନର ବଞ୍ଚିବା ପାଇଁ ତାଙ୍କ ପୂର୍ବପୁରୁଷ କରୁଥିବା ବୃତ୍ତିକୁ ସେ ଆପଣାଇ ନେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634372124.jpg)
