ପଡ଼ୋଶୀ ରାଜ୍ୟରେ ଦହଗଞ୍ଜ ଓଡ଼ିଆ, ଝାଡ଼ଖଣ୍ଡର ଏକାଧିକ ଓଡ଼ିଆ ସ୍କୁଲରେ ପଡ଼ିଛି ତାଲା

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି । ତେବେ ଯେଉଁ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ସେହି ଭାଷା ପଡୋଶୀ ଝାଡଖଣ୍ଡର ଷଢେଇକଳା, ଖରସୁଆଁ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଆଦି ଅଞ୍ଚଳରେ ସଙ୍କଟରେ ଗତି କରୁଛି । ଏଠାରେ ରହୁଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷାକୁ ବଞ୍ଚାଇବାପାଇଁ ସଂଗ୍ରାମ କରୁଛନ୍ତି ଓଡିଆମାନେ ।

Oriya schools in Jharkhand are locked

News Summary

ପାଠ ପଢ଼ିବାକୁ ସଂଗ୍ରାମ କରୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୂରିଛି ୮୬ ବର୍ଷ ହେଲେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପାଇଁ ଦିନେ ଓଡିଶା ସୀମାନ୍ତରେ ଥିବା ପଡୋଶୀ ଷଢେଇକଳା ଓ ଖରସୁଆଁ ଆଜି ଝାଡଖଣ୍ଡର ଆଉ ଏଠାରେ ରହିଯାଇଥିବା ଓଡିଆ ଏବଂ ଓଡିଆ ସ୍କୁଲ ଗୁଡିକ ଏବେ ସଙ୍କଟରେ । କେଉଁଠି ଓଡିଆ ସ୍କୁଲରେ ତାଲା ଝୁଲୁଛି ତ ଆଉ କେଉଁଠି ଓଡିଆ ଭାଷାକୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି ଉପାନ୍ତରେ ଥିବା ଓଡିଆ ଭାଷାଭାଷୀ ଲୋକମାନେ ।

ଷଢେଇକଳା ନଗର ପାଳିକା ବିଦ୍ୟାଳୟରେ ଏବେବି ଏହି ସ୍କୁଲରେ ଶହେରୁ ଅଧିକ ଓଡିଆ ପିଲା ପାଠ ପଢୁଛନ୍ତି ହେଲେ ଝାଡଖଣ୍ଡ ସରକାର କେବଳ ଜଣେ ଓଡିଆ ଶିକ୍ଷକଙ୍କୁ ଛାଡି ସବୁ ଓଡ଼ିଆ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାପରେ ଏବେ ଏ ସ୍କୁଲର ଭାଗ୍ୟ ସଙ୍କଟରେ ଉତ୍କଳ ସମ୍ମିଳିନୀ ପକ୍ଷରୁ ଦୁଇଜଣ ଓଡିଆ ଶିକ୍ଷକଙ୍କୁ ଅତି କମ ଦରମାରେ ନିଯୁକ୍ତି କରାଯାଇଥିବାରୁ ସେମାନେ ଓଡିଆ ପଢାଉଛନ୍ତି । ଗତବର୍ଷ ଝାଡଖଣ୍ଡ ସରକାର ଓଡିଆ ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ ବାତିଲ କରିବାପରେ ଅନେକ ଓଡିଆ ଏନେଇ ପ୍ରଶ୍ନ କରିଥିଲେ । ଏବେବି ସେହି ସମାନ ଅବସ୍ଥା ଯୋଗୁ ସୀମାନ୍ତ ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ପିଲା ଉପେକ୍ଷିତ ।

ସମାନ ଅବସ୍ଥା ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଓ ସୋଲପଟା ଗାଁରେ ଏଠାରେ ରହୁଥିବା ପ୍ରାୟ ସବୁ ଲୋକ ଓଡିଆ ଓଡିଆ ଭାଷାରେ ବି କଥା ହେଉଛନ୍ତି ହେଲେ ଓଡିଶା ସରକାରଙ୍କ ଆନ୍ତରିକତାର ଅଭାବ ପାଇଁ ଏମାନେ ଓଡିଆ ସ୍କୁଲ ପରିବର୍ତ୍ତେ ବେଙ୍ଗଲି ସ୍କୁଲରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ବେଙ୍ଗଲ ସରକାର ସ୍କୁଲ ଗୁଡିକରେ ଆମ ରାଜ୍ୟ ସରକାରଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ପିଲାମାନେ ବେଙ୍ଗଲି ସ୍କୁଲ ମୁହାଁ ସୀମାନ୍ତରେ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ୨୦୦୯ରେ ଉତ୍କଳ ସମ୍ମିଳନୀ ଅନେକ ସ୍ଥାନରେ ଗଢିଥିଲା ଓଡିଆ ଚାଟଶାଳୀ ମାଗଣାରେ ପିଲାଙ୍କୁ ବହି ବସ୍ତାନି ଯୋଗାଇ ଦେଇଥିଲା। ସେଠାରେ ରହୁଥିବା ଓଡ଼ିଆଙ୍କୁ ଅତି କମ ଦରମାରେ ନିଯୁକ୍ତି ଦେଇ ଭଷାକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲା । ସତ ହେଲେ ସେତିକି ଟଙ୍କା ଶିକ୍ଷକ ମାନଙ୍କୁ ଠିକ୍ ସମୟରେ ଦେଇନପାରିବା ସହିତ ପିଲାଙ୍କୁ ବହି ମଧ୍ୟ ଯୋଗାଇ ପାରୁନି ଉତ୍କଳ ସମ୍ମିଳନୀ ଫଳରେ ବିଚ୍ଛିନ୍ନାଞ୍ଚଳରେ ଏବେ ନିଷ୍ପେସିତ ଓଡିଆ ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପାଇଁ ଯେଉଁମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ, ଆଜି ସେହି ଭାଷାକୁ ସୀମାନ୍ତରେ ଥିବା ଓଡିଆଙ୍କ ପାଖରେ ବଞ୍ଚାଇବାକୁ ଆମ ସରକାର ବଦ୍ଧ ପରିକର ନୁହଁନ୍ତି ଫଳରେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆ ଏବଂ ଓଡିଆ ଭାଷା ଏବେ ସଙ୍କଟରେ ।