Advertisment

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି।

ଅଦ୍ୟତନ ହୋଇଛି
undefined

Orissa High Court

Advertisment

କଟକ: ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି। ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍‌ କୋର୍ଟ ପ୍ରୋସେଡିଂ ରୁଲ ୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। କେଉଁ ସବୁ ମାମଲାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲାର କରାଯିବ ନାହିଁ ସେ ନେଇ ସ୍ୱତନ୍ତ୍ର ନିୟମାବଳୀରେ ଉଲ୍ଲେଖ ରହିଛି।

Advertisment

ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ୍‌ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲକୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ। ପ୍ରସାରଣ ସମୟରେ ଅଡିଓ ଏବଂ ଭିଡଓ ରହିବ। ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେବ୍‌ସାଇଟ୍‌ କିମ୍ବା କେସ୍‌ ତାଲିକାରେ ଉଲ୍ଲେଖ ରଖାଯିବ। 

Advertisment

ତେବେ ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ଶିଶୁ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା, ମହିଲା ନିର୍ଯାତନା ମାମଲା, ହେବିଅସ୍ କର୍ପସ ମାମଲା ଭଳି ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁର ଶୁଣାଣିର ଲାଇଭ ଟେଲିକାଷ୍ଟ ଉପରେ କଟକଣା ରହିବ। ଏହାଛଡା ଯଦି ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତିମାନେ ଲାଇଭ୍‌ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି, ତା’ହେଲେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇପାରିବ। କ’ଣ ପାଇଁ ମାମଲାର ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ ? କେଉଁ ମାମଲା, କେଉଁ ଦିନ ଓ ସମୟ ଆଦି ଉଲ୍ଲେଖ କରାଯିବ। ଏହି ସବୁ ତଥ୍ୟର ସବିଶେଷ ବିବରଣୀ ଉଲ୍ଲେଖ କରାଯିବ। ତେବେ କୌଣସି ବ୍ୟକ୍ତି କୋର୍ଟର ପ୍ରୋସିଡିଂ ଲାଇଭକୁ ଅଧିକାର ଭାବେ ଦାବି କରିପାରିବେ ନାହିଁ। ଏପିରିକି ଲାଇଭ ସମୟରେ କମେଣ୍ଟ କିମ୍ବା ଚାଟିଂ ଅନୁମତି ଦିଆଯିବ ନାହିଁ।  ସିଧାପ୍ରସାରଣ ସମୟରେ କୌଣସି କପି କାହାରିକୁ ଦିଆଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। 

Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ