Advertisment

ହାଇକୋର୍ଟଙ୍କ ରାୟ: ୨୦୦୬ ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାର ୩୭୮ ଜଣଙ୍କ ନିଯୁକ୍ତି ବୈଧ

୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି।

Orissa HC

Orissa HC

Advertisment

କଟକ: ୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି। ଏହାସହ ସେମାନଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ।

Advertisment

୨୦୦୬ OPSCର ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନଥିବା କିଛି ପ୍ରାର୍ଥୀ ଏହାକୁ ଚ୍ୟାଲେଞ୍ଜ କରି ସ୍ୟାଟ୍‌ରେ ଆବେଦନ କରିଥିଲେ। ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତିକୁ ସ୍ୟାଟ୍ ରଦ୍ଦ କରିଥିଲେ। ପରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ବିରୋଧରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ହାଇକୋର୍ଟରେ ଯାଇଥିଲେ।

ହାଇକୋର୍ଟ ପ୍ରଥମେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ଆଜି ମାମଲାର ଚୂଡ଼ାନ୍ତ ରାୟ ଦେଇ ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି କୋର୍ଟ।

Advertisment
Orissa High Court OPSC SAT Odisha Civil Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ