Advertisment

ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

orissa high court

Advertisment

କଟକ: ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁମାନେ ଏଭଳି ଠକେଇରେ ସାମିଲ ଥିବେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଥାଉ କି, ୨୦୧୫ ମସିହାରେ ପୁରୀ ଜିଲ୍ଲା ପୋଟଲ ଗାଁର ରତ୍ନାକର ସ୍ୱାଇଁ ନାମକ ଜଣେ ଶ୍ରମିକ କାମ କରୁଥିବାବେଳେ ଟ୍ରାକ୍ଟର ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କ୍ଷତିପୂରଣ ପାଇଁ ଶ୍ରମ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକ ରତ୍ନାକରଙ୍କ ପରିବାର। ମାମଲାର ଶୁଣାଣି କରି ୨୦୧୯ ମସିହା ଅଗଷ୍ଟ ୧୬ରେ କ୍ଷତିପୂରଣ ବାବଦକୁ ୧୧ଲକ୍ଷ ୨୯ ହଜାର ୨୯୬ ଟଙ୍କା ରତ୍ନାକରଙ୍କ ପରିବାରକୁ ପ୍ରଦାନ କରିବାକୁ ଏକ ଘରୋଇ ବୀମା କମ୍ପାନୀକୁ କୁହାଯାଇଥିଲା। ତେବେ ସଂମ୍ପୃକ୍ତ କମ୍ପାନୀ ଶ୍ରମ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Advertisment

ଯେଉଁ ଟ୍ରାକ୍ଟରଟି ଦୁର୍ଘଟଣା ଘଟାଇଥିବା କୁହାଯାଉଥିଲା, ସେହି ଟ୍ରାକ୍ଟର ଆଦୌ ସାମିଲ ନଥିଲା ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ମାମଲାର ପ୍ରାରମ୍ଭିକ ଶୁଣାଣିରେ ଶ୍ରମ କମିଶନଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ସମ୍ପୃକ୍ତ ଟ୍ରାକ୍ଟରଟି ଦୁର୍ଘଟଣାରେ ଆଦୌ ସାମିଲ ନଥିବା ହାଇକୋର୍ଟଙ୍କୁ ରିପୋର୍ଟରେ ଦର୍ଶାଇଥିଲେ। ତେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରି ଶ୍ରମ କମିଶନଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହ ଠକେଇ ଅଭିଯୋଗରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ କହିଛନ୍ତି।  ବୀମା କମ୍ପାନୀ ଦାଖଲ କରିଥିବା ଅର୍ଥରାଶି ସୁଧ ସହିତ ୧୫ ଦିନ ମଧ୍ୟରେ ଟଙ୍କା ଫେରାଇବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। 

Orissa High Court Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ