Advertisment

ନୋଟାରୀ ଜରିଆରେ ବିବାହ ଅବୈଧ, ତଥାପି ହେଉଛି ବିବାହ

ନୋଟାରୀରେ ବିବାହକୁ ନେଇ ହାଇକୋର୍ଟଙ୍କ ଉଦବେଗ । ଆଇନ ବହିର୍ଭୁତ କାର୍ଯ୍ୟ ହେଉଥିବା ଅନୁଭବ କରିଛନ୍ତି ହାଇକୋର୍ଟ

ଅଦ୍ୟତନ ହୋଇଛି
Notary Marriage

Notary Marriage

Advertisment

ନୋଟାରୀରେ ବିବାହକୁ ନେଇ ହାଇକୋର୍ଟଙ୍କ ଉଦବେଗ। ନୋଟାରୀ ଜରିଆରେ ବିବାହ ବୈଧ ହୋଇନଥିଲେ ମଧ୍ୟ ଜାଣି ଶୁଣି ହେଉ ବା ଅଜଣାତରେ ହେଉ ନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ଅନୁଭବ କରିଛନ୍ତି ହାଇକୋର୍ଟ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନୋଟାରୀ ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦଶ ଦେଇଛନ୍ତି ।

Advertisment

ଏଥିସହ ବର୍ଷକୁ ଅତି କମ୍ ରେ ୨ଥର ସେମାନଙ୍କର ରେକର୍ଡ ପତ୍ର ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି । ବାଲେଶ୍ୱର ଶିମୁଳିଆ ଅଞ୍ଚଳର ଏକ ନୋଟରୀ ନିକଟରେ ହୋଇଥିବା ବିବାହ ଘୋଷଣାନାମାକୁ ନେଇ ଦାୟର ଏକ ମାମଲାର ଅନ୍ତଘଟାଇ ହାଇକୋର୍ଟ ଏପରି କହିଛନ୍ତି । ନୋଟାରୀ ଆଇନର ଧାରା ୮(୧)ରେ ନୋଟାରୀମାନଙ୍କ ଦାୟିତ୍ୱ ଏବଂ କ୍ଷମତା ପ୍ରସଙ୍ଗରେ ସ୍ପଷ୍ଟ ଉଲ୍ଲେଖ ରହିଛି । ନୋଟାରୀ ମାନଙ୍କ ଦ୍ୱାରା କେଉଁ କାର୍ଯ୍ୟ ସମ୍ପାଦନ କରାଯାଇପାରିବ ଏବଂ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଏଥିରେ ଦର୍ଶାଯାଇଛି ।

ପୂର୍ବରୁ ଅନେକଥର ନୋଟାରୀରେ ବିବାହ ଅବୈଧ ବୋଲି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଛି । ଏସବୁ ସତ୍ତ୍ୱେ ନୋଟାରୀ ମାନେ ଜାଣିଶୁଣି ହେଉ ବା ଅଜାଣତରେ ଏହି ନିୟମର ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା ।

Advertisment

Orissa High Court Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ