ହାଇକୋର୍ଟରେ ବିଚାରପତି ପାଇଁ ଆଉ ୪ ଜଣଙ୍କ ନାମ ସୁପାରିଶ । ଓଡ଼ିଶା ହାଇକୋର୍ଟରେ ଆଉ ୪ ବିଚାରପତି ନିଯୁକ୍ତି ପାଇଁ ୪ ଜଣ ଆଇନଜୀବୀଙ୍କ ନାଁ ସୁପାରିଶକୁ ସୁପ୍ରିମକୋର୍ଟ କଲେଜିୟମ ସ୍ୱୀକୃତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଏମ୍. ଏସ୍. ରମଣଙ୍କୁ ପଦୋନ୍ନତି ସହ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ହୋଇଥିବା ସୁପାରିଶକୁ ଜାନୁଆରି ୨୯ରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ମଞ୍ଜୁରୀ ଦେଇଥିଲେ । ତେବେ ଏହି ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ୍ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।