Advertisment

ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ- ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତର ଚିହ୍ନଟ କର

ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Orissa HC issues notice to investigate fake doctors

Orissa HC issues notice to investigate fake doctors

Advertisment

ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନକଲି ଡାକ୍ତର ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଦର୍ଶାଇଥିଲେ ଯେ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଏବଂ ମୟୂରଭଞ୍ଜରେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଡାକ୍ତରୀ ପେସାରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ସରକାରଙ୍କୁ କହିଛନ୍ତି। ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାଖଲ କରିଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଡାକ୍ତରଙ୍କ ସାର୍ଟିଫିକେଟର ଯାଞ୍ଚ ପାଇଁ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର ଦର୍ଶାଇଥିଲେ। କିନ୍ତୁ ଏନେଇ ସତ୍ୟପାଠରେ କିଛି ବି ସମୟ ନିର୍ଘଣ୍ଟ ସମ୍ପର୍କିତ ସୂଚନା ଦିଆଯାଇ ନଥିଲା। ଏଭଳି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଫେବୃଆରୀ ୨୦ ସୁଦ୍ଧା ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଥିସହ ରାଜ୍ୟର ସବୁ ଡାକ୍ତରଙ୍କ ତଥ୍ୟ ଅନ୍‌ଲାଇନରେ ମିଳିଲେ ଲୋକମାନେ ଡାକ୍ତରଙ୍କ ସଂକ୍ରାନ୍ତରେ ଜାଣି ପାରନ୍ତେ ବୋଲି ଆମିକସ୍ କ୍ୟୁରୀ ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧%ଙ୍କ ନିକଟରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା।  ଏ ପ୍ରସଙ୍ଗରେ ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  

Advertisment
Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ