Advertisment

ପାରିବାରିକ ବିବାଦ ମାମଲା : ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ ।

Marital Dispute

Marital Dispute

Advertisment

ହାଇକୋର୍ଟରେ ପହଞ୍ଚିଲା ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ । ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଛି । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଛନ୍ତି କୋର୍ଟ । ଆଉ ଏଥିପାଇଁ ଉଭୟ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ନୋଟିସ୍ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୮କୁ ଦିନ ଧାର୍ଯ୍ୟ କରାଯାଇଛି ।

Advertisment

ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାପରେ ତପସ୍ୱିନୀଙ୍କୁ ଶାଶୂଘରେ ପୂରାଇବା ପାଇଁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା।

ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ। ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ ବୋଲି କିଛି ମହିଳା କହିଥିଲେ। ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସ୍‌ପି ପହଞ୍ଚି ବୁଝାସୁଝା କରିଥିଲେ। ଭଙ୍ଗାରୁଜା ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ।

Advertisment

ଆଉ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ଥାନାରେ ମାମଲା ଦାୟର ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ । ତାଙ୍କ ଏବଂ ପରିବାର ସଦସ୍ୟମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Marital Dispute High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ