Advertisment

ଅଙ୍ଗଦାନ କଲେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ

ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି।

ଅଦ୍ୟତନ ହୋଇଛି
Organ Donation

Organ Donation

Advertisment

ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟପକ ସଚେତନତା ଆସିବ ଓ ସମାଜକୁ ପ୍ରେରଣା ମିଳିବ ବୋଲି ସେ ଆଶା ରଖିଛନ୍ତି।

Advertisment

ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି। ରାଜ୍ୟ ସରକାର ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ରେ ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁସ୍ ଟ୍ରାନ୍ସପ୍ଲାଣ୍ଟ ଅଗ୍ରାନାଇଜେସନ ପ୍ରତିଷ୍ଠା କରିଛନ୍ତି।

ସେହିପରି ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ସରକାର ୨୦୨୦ରୁ ସୁରଜ ପୁରସ୍କାର ପ୍ରଦାନ କରୁଛନ୍ତି। ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି।

Advertisment

Organ Donation Funeral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ