SCB ଓପିଡି ପାଇଁ ଅନଲାଇନ୍‌ ବୁକିଂ

ଏଣିକି SCB ଓପିଡିରେ ଲାଗୁ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା । ଆସନ୍ତା ୯ ତାରିଖରୁ ଏହି ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ ।

scb medical

କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଆରମ୍ଭ ହେବାକୁ ଯାଉଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଆସନ୍ତା ମେ ୧୦ରୁ ହେବାକୁ ଥିବା ରୋଗୀ ସେବା ପାଇଁ ମେ୯ରୁ ଆରମ୍ଭ ହେବ ଅନଲାଇନରେ ରୋଗୀଙ୍କ ପଞ୍ଜିକରଣ । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟର ଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । 

ରୋଗୀ ଅନଲାଇନ୍ ମାଧ୍ୟମରେ ମେ ୯ ତାରିଖରୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ । www.eswasthya.odisha.gov.in ଲିଙ୍କ୍‌ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ । ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି । ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ  ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।