ଅନଲାଇନ ସପିଂରେ ଠକେଇ : ଅର୍ଡର କରିଥିଲେ ବନାରସୀ ଶାଢୀ, ଆସିଲା ଚିରାଫଟା କପଡା

କାଳ ହେଲା ଅନଲାଇନ୍‌ ଅର୍ଡର। ମଗାଇଥିଲେ ବନାରସି ଶାଢୀ, ହେଲେ ପ୍ୟାକେଟ୍‌ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।

ସପିଂ ସାଇଟରେ ଠକେଇ

ଠକିଦେଲା ଅନଲାଇନ ସପିଂ ସାଇଟ୍‌ ମିସୋ । ଚକଚକିଆ ବନାରସି ଶାଢ଼ୀ ଅର୍ଡର କରିଥିଲେ, ହେଲେ ଆସିଲା ଚିରା କପଡା । ଡେଲିଭରି ବୟକୁ ୧୨୯୩ ଟଙ୍କା ଦେବା ପରେ ପ୍ୟାକେଟରେ ଥିବା ଫଟା କପଡ଼ା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏନେଇ ସପିଂ ସାଇଟର ହେଡ୍‌ ସହ ଯୋଗାଯୋଗ କଲେ ମଧ୍ୟ ଶୁଣୁନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବାଲିଗୁଡା ସହର ମୁଣ୍ଡାସାହିର ରଶ୍ମିତା ନାୟକ ।

ରଶ୍ମିତା କିଛି ଦିନ ପୂର୍ବେ ମିସୋ ଅନଲାଇନ ସପିଂ ଜରିଆରେ ବନାରସୀ ଶାଢ଼ୀ ଅର୍ଡର କରିଥିଲେ । ଡେଲିଭରୀ ଡେଟ୍‌ ଥିଲା ୧୫ ତାରିଖ । ହେଲେ ତାଙ୍କ ପାଖରେ ଧାର୍ଯ୍ୟ ଦିନ ପୂର୍ବରୁ ପ୍ୟାକେଟ୍‌ ପହଞ୍ଚି ଯାଇଥିଲା ।  ଗତ ୧୨ ତାରିଖରେ ପହଞ୍ଚିଥିଲା ପ୍ୟାକେଟ୍‌ । ଆଉ ସେ  ଡେଲିଭରି ବଏକୁ ୧୨୯୩ ଟଙ୍କା ଦେବା ଶାଢ଼ୀ ରିସିଭ୍‌ କରିଥିଲେ । ହେଲେ ପ୍ୟାକେଟ୍‌ ଖୋଲି ଦେଖିବା ପରେ ରଶ୍ମିତା ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପ୍ୟାକେଟ ଖୋଲିବା ପରେ କେବଳ ଚିରା କପଡା ବାହାରିଥିଲା । ଏହା ଦେଖିବା ପରେ ସେ ଡେଲିଭରୀ ବଏକୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ବି ସେ ଟଙ୍କା ଫେରସ୍ତ ନକରି ଚାଲି ଯାଇଥିଲେ ।

ତେବେ ଅନଲାଇନ ସପିଂରେ ଠକାମିର ଶିକାର ହେବା ପରେ ସେ ପୂରା ନିରାଶ ହୋଇ ପଡିଛନ୍ତି । ସେପଟେ ଏହି ଘଟଣା ପରେ ରଶ୍ମିତାଙ୍କ ସ୍ୱାମୀ ହେଡ ଅଫିସକୁ ଫୋନ୍‌ କରି ଅଭିଯୋଗ କରିଥିଲେ । ହେଲେ ଫୋନ କରିବା ପରେ ମିସୋ ସାଇଟ୍‌ ପକ୍ଷରୁ ତାଙ୍କ ନମ୍ବରକୁ ବ୍ଲକ କରି ଦେଇଥିବା ସେ କହିଛନ୍ତି ।

ବାଲିଗୁଡ଼ା , ଅଜିତ୍‌ ନାୟକ