Advertisment

ସରକାରଙ୍କ ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ କର୍ମଚାରୀ

ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍‌ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।

online bike service employees protest in bhubaneswar

online bike service employees protest in bhubaneswar

Advertisment

ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍‌ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି। ଏପଟେ ଭୁବନେଶ୍ୱର RTOଙ୍କ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ ଏକ ମାମଲା ରୁଜୁ କରି ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ କମ୍ପାନୀଙ୍କୁ ସମନ କରିଛି। ଏଗ୍ରିଗେଟର ଆକ୍ଟର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଚେତାବନୀ ଦେଇଛି ।

Advertisment

ସରକାର ପ୍ରତିବନ୍ଧକ ଆଣି ସ୍ୱଳ୍ପ ରୋଜଗାର କରୁଥିବା ବାଇକରଙ୍କୁ ଅସୁବିଧାରେ ପକାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭୁବନେଶ୍ୱରରେ ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ଆସୋସିଏସନ କର୍ମକର୍ତ୍ତା ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ନିୟୋଜିତ ବାଇକ୍‌ ଗୁଡ଼ିକ ବ୍ୟକ୍ତିଗତ ବଦଳରେ ବ୍ୟବସାୟିକ କରିବା, ହଳଦିଆ ନମ୍ବର ପ୍ଲେଟ ଲଗାଇବା ଏବଂ ରେଜିଷ୍ଟ୍ରେସନ ସମ୍ପର୍କରେ ପୋଲିସକୁ ସମସ୍ତ ତଥ୍ୟ ଦେବାକୁ ଭୁବନେଶ୍ୱର ଆରଟିଓ କହିଥିଲେ।

Advertisment

କିନ୍ତୁ ସ୍ୱଳ୍ପ ବେତନ ବା ରୋଜଗାର କରୁଥିବା ଏହି କର୍ମଚାରୀମାନେ କମାର୍ସିଆଲ ବା ବ୍ୟବସାୟୀକରଣ କରିବାକୁ ଅସମର୍ଥ ବୋଲି କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ଆସୋସିଏସନ ଏକ ଲିଖିତ ଦାବି ପ୍ରଦାନ କରିଛି। ଅନ୍ୟପକ୍ଷେ, ଓଲା, ଉବେର, ରାପିଡୋ ଭଳି ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ବିରୋଧରେ RTOଙ୍କ ଏତଲା ପରେ ସହିଦନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ସମସ୍ତ କମ୍ପାନୀକୁ ସମନ ଜାରି କରାଯାଇଥିବା ପୋଲିସ ସୂଚନା ଦେଇଛି।

ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସରେ ବ୍ୟବହୃତ ଗାଡ଼ି ସମ୍ପର୍କିତ ସମସ୍ତ କାଗଜ ପତ୍ର ଏବଂ ବ୍ୟବସାୟିକ ନମ୍ବର ପ୍ଲେଟ୍‌ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କାଗଜପତ୍ର ଦାଖଲ କରାଯିବା ପରେ ଯଦି କୌଣସି ପ୍ରକାର ଉଲ୍ଲଂଘନ ଦେଖାଯିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Advertisment
Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ