• Astrospeak
  • Live TV
  • Read In English

ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ : ୭ ଓ ୨୧ରେ ସ୍ପେଶାଲ ଡ୍ରାଇଭ୍

ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ ।

sushil lohani
ଭୋଟର ତାଲିକାରେ ନାମ ସଂଯୋଗ ନେଇ CEO ସୁଶିଲ ଲୋହାନୀଙ୍କ ସୂଚନା

News Summary

ତାଲିକାରେ ନାମ ସଂଯୋଗ ନେଇ ସିଇଓ ସୁଶିଲ ଲୋହାନୀଙ୍କ ସୂଚନା

ସେଥିରେ ପରିଚୟ ପ୍ରମାଣ ପତ୍ର ଏବଂ ଠିକଣା ଲେଖି ଆବେଦନ କରିବେ

ଅନଲାଇନରେ ଆବେଦନ ପରେ ଆମ ଫିଲ୍ଡ ଷ୍ଟାଫ୍ ଯୋଗାଯୋଗ କରିବେ

ନଭେମ୍ବର ୭ ଓ ୨୧ ରବିବାର ଦିନ ଏନେଇ ସ୍ପେଶାଲ ଡ୍ରାଇଭ୍ କରାଯିବ

ଭୁବନେଶ୍ୱର : ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ । ଯୋଗ୍ୟ ଭୋଟର ଏହି ସମୟରେ ଭୋଟର ତାଲିକାରେ ନାଁ ଯୋଡ଼ିବା, କାଟିବା କିମ୍ବା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନ ଲାଇନ ମାଧ୍ୟମରେ କରାଯିବ, ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା ।

୧ ଜାନୁୟାରୀ ୨୦୨୨ ପାଇଁ ପବ୍ଲିସ୍ ହେଉଥିବା electoral roll ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବର୍ତ୍ତମାନ Special summary revision ଆରମ୍ଭ ହେବାକୁ ଯାଉଛି । ନଭେମ୍ବର ୨୦୨୧ ପହିଲାରୁ ୩୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ Special summary revision । ଏହାପୂର୍ବରୁ ପ୍ରି ରିଭିଜନ୍ ପ୍ରକ୍ରିୟା ଚାଲିଥିଲା । ୩୧ ଅକ୍ଟୋବର ସୁଦ୍ଧା ଗୋଟିଏ electoral roll ପ୍ରସ୍ତୁତ ହୋଇଛି । ନଭେମ୍ବର ପହିଲାରେ ତାହାର ଡ୍ରାପ୍ଟ ପବ୍ଲିକେସନ୍ ହେବ ।

ଏକ ସ୍ୱତନ୍ତ୍ର ଆପ ମଧାମରେ ଏହି ସଂଶୋଧନ କରା ଯାଇପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ବା ସ୍ପିଡ୍ ପୋଷ୍ଟ ମଧାମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପ୍ରକ୍ରିୟା ଏକ ମାସ ଧରି ଚାଲିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆପ୍ଲଏ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆସରିଛି ବୋଲି କୁହାଯାଇଛି ।