One tourist from Balsore goes missing, two from Jharkhand rescued while taking bath in the sea
ହସ ଖୁସିରେ ଦୁଃସାହସିକ ଖେଳ ଖେଳୁ ଖେଳୁ ମାଡ଼ି ଆସିଲା ଦୁଃଖ । ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା । ପୁରୀର ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ।
ସୂଚନା ଅନୁସାରେ, ବାଲେଶ୍ୱରର ବଂଶୀଧର ବେହେରା ନିଜ ପରିବାର ଲୋକଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଇବାବେଳେ ବଂଶୀଧର ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିବାବେଳେ ଏଭଳି ଅଘଟଣକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650093356.jpeg)