Advertisment

ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

ଅଦ୍ୟତନ ହୋଇଛି
One Person Reportedly Jumps Into Mahanadi River In Cuttack

One Person Reportedly Jumps Into Mahanadi River In Cuttack

Advertisment

ପୁଣି ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ଅଘଟଣ। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି। ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।

Advertisment

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ନିଖୋଜଙ୍କ ପରିଚୟ ମିଳିପାରିନାହିଁ। 

ସୂଚନାଥାଉ କି, ଗତ ଶନିବାର ଦିନ  ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳୀ ବ୍ରିଜ୍‌ରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ନଦୀକୁ ଡେଇଁବାର ୨ ଦିନ ପରେ ପାଣିରେ ଭାସିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଉଦ୍ଧାର ପାଇଁ  ଅଗ୍ନିଶମ ବାହିନୀର ୨ଟି ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ମୁଣ୍ଡଳୀ ଠାରୁ ୫ କି.ମି. ଦୂର ଲିଙ୍ଗାପଦା ଗାଁ ନଦୀ କୂଳରୁ ମୃତଦେହ ମିଳିଥିଲା। ମୃତ ଯୁବକ ହେଲେ ଭୂବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ୱଦେବ ଦାସ।। ସେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Advertisment
Mahanadi River Youth Missing Youth Jumps Into Mahanadi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ