Advertisment

ବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା !

ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
ସ୍ତ୍ରୀ ଓ ପୁଅ ସହ ଟ୍ରେନ୍‌ରେ ସୁରତରୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

Farmers Allegedly Commits Suicide

Advertisment

ଆଳି: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଅମର ଅନ୍ୟ ଜଣଙ୍କର ୫ ଏକର ଜମିରେ ଭାଗଚାଷ କରିଥିଲେ। ଏଥିପାଇଁ ସମବାୟ ସଂସ୍ଥା ଏବଂ ଗାଁର କିଛି ବ୍ୟକ୍ତିଙ୍କ ଠାରୁ ଧାର କରଜ ବି କରିଥିଲେ। ହେଲେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଫଳରେ ଫସଲହାନୀ ଆଶଙ୍କା କରି ଗତକାଲି ଚାଷ ଜମିକୁ ଯାଇ ଅମର ବିଷ ପିଇ ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। 

ଅମରଙ୍କୁ ଘର ଲୋକେ ଖୋଜାଖୋଜି କରିବା ପରେ ଚାଷ ଜମିରେ ତାଙ୍କୁ ଠାବ କରାଯାଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କନିକା ତହସିଲଦାର କହିଛନ୍ତି। ସୂଚନାଥାଉ କି, କିଛିଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ୍‌ ଅନ୍ତର୍ଗତ କାଦୋବେରା ଗାଁର ଚାଷୀ ରେଚକା ବନ୍‌ଛୋର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ମୃତ୍ୟୁ ପଛର କାରଣ ଚାଷରେ କ୍ଷତି ବୋଲି ତାଙ୍କ ପୁଅ ପବିତ୍ର ବନଛୋର କହିଥିଲେ। 

Advertisment

ଶ୍ରାବଣ ଯାଇ ଭାଦ୍ରବ ହେଲାଣି, କିନ୍ତୁ ବର୍ଷାର ଲୁଚକାଳି ଖେଳ ପାଇଁ ଏବେ ହତାଶ ହୋଇ ପଡିଛନ୍ତି ଚାଷୀ।ଚାଷଜମିରେ ଯେଉଁଠି ଦିନେ ଅସରାଏ ବର୍ଷା ହେଲେ ଚାଷୀ ଚାଷ କରି ସୁନାର ଫସଲ ଅମଳ କରୁଥିଲା, ଏବେ ସେଠି ଜମି ଫାଟି ଆଁ କରିଛି। ବର୍ଷାର ଲୁଚକାଳି ଖେଳ ପାଇଁ ହଇରାଣ ହେଉଛନ୍ତି ଚାଷୀ

Farmers Farmers Sucidies In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ