One More Elephant Dies Allegedly After Falling Into Poachers' Trap In Angul
ପୁଣି ଏକ ଦନ୍ତାକୁ ମାରିଦେଲା ଶିକାରୀ। ବିଦ୍ୟୁତ୍ ଚାର୍ଜ ଫାଶରେ ପଡ଼ି ପୁଣି ଏକ ଦନ୍ତାର ଜୀବନ ଚାଲି ଯାଇଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଜଗନ୍ନାଥପୁରରେ ବିଦ୍ୟୁତ୍ ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ବାର୍ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାର୍ଜ ହୋଇଥିବା ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍ ଫାଶରେ ପଡ଼ି ଯାଇଥିଲା। ଫଳରେ ଦନ୍ତାର ମୃତ୍ୟୁ ଘଟିଛି। ଏନେଇ RCCF ଯୋଗାନନ୍ଦ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ନିକଟରେ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜରେ ବିଦ୍ୟୁତ୍ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ତାରଟି ଅତିକମ୍ ଉଚ୍ଚରେ ଝୁଲି ରହିଥିବା ବେଳେ ତାର ଉପରେ ଗଛଲତା ମାଡି ଯାଇଥିବା ଦେଖିବାକୁ ମିଳିଥିଲା। ଯାହା ବିଦ୍ୟୁତ୍ ବିଭାଗର ଅବହେଳାକୁ ପଦାରେ ପକାଇଛି। ହାତୀ ଲଟା ପତ୍ର ଖାଇବା ବେଳେ ବିଦ୍ୟୁତ୍ ତାରରେ ଆସିଯାଇଥିବା ଅନୁମାନ କରାଯାଉଛି।
(ରିପୋର୍ଟ-ବିରଜା ଦାସ, ଅନୁଗୁଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661570242.jpg)