One man killed in Elephant attack
ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟଙ୍କ ମୃତ । ପୁଣି ଢ଼େଙ୍କାନାଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ବିଶ୍ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି । ଆହତ ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ବିଶ୍ରଞ୍ଜନ ଆଣ୍ଟିବାୟୋଟିକ ଇଞ୍ଜେକସନ ଦେଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଢେଙ୍କାନାଳ ମେଡିକାଲ ଓ ପରେ କଟକ ବଡ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ଆହତ ଦନ୍ତାଟି ସଦର ରେଞ୍ଜର ଗହମଖୁଣ୍ଟି ନିକଟରେ ବୁଲୁଛି । ମାସେ ତଳେ ଏହି ଦନ୍ତା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଥିଲେ । ହାତୀର ଡାହାଣ ପଟ ପଛ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ଏବେ ଦୂରରୁ ବନ୍ଧୁକ ଦ୍ୱାରା ଇଞ୍ଜେକସନ ଦିଆଯାଇ ଚିକିତ୍ସା କରାଯାଉଛି । କୌଣସି ସୁଫଳ ନ ମିଳିଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us