One person killed, two injured in series road mishap between a truck, mini truck and motorcycle near
ତେବେ ବଲାଙ୍ଗିର ସିରିଜ୍ ଦୁର୍ଘଟଣା ପଛରେ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ହତ୍ୟା ପାଇଁ ଦୁର୍ଘଟଣା ରଚାଯାଇଥିଲା କି ? ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ା ଯାଇଥିଲା କି ? ଏଭଳି କିଛି ଅଭିଯୋଗ ଓ ସନ୍ଦେହ କରିଛନ୍ତି ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତି । ଅାଜି ସକାଳୁ ଏକ ମିନି ଟ୍ରକକୁ ନିଜ ଘର ପାଖରେ ଦେଖିଥିଲେ ଆହତ ସୋନୁ ନାୟକ । ଏହାପରେ ତାଙ୍କ ଉପରକୁ ଟ୍ରକ୍ ମାଡ଼ି ଯାଇଥିଲା । ପୂର୍ବରୁ ଜମି ବାଡ଼ି ବିବାଦକୁ ନେଇ କଳହ ଥିବା କଥା ସେ କହିଛନ୍ତି । ତାଙ୍କ ଭାଇଙ୍କୁ ବି ହତ୍ୟା ଉଦ୍ୟମ ହୋଇଥିଲା । ସେହିପରି ଅନ୍ୟ ଜଣେ ଆହତ ଚିତ୍ତ ମହାନ୍ତି ବି ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରିଛନ୍ତି ।
ଅନ୍ୟପକ୍ଷେ, ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍ର ନମ୍ବର ପ୍ଲେଟ୍ ଫେକ୍ ବୋଲି ସୂଚନା ମିଳିଛି । ଏଥିରେ କଳା ରଙ୍ଗ ବୋଳା ଯାଇଥିଲା । ତେଣୁ ଏହାକୁ ନେଇ ବି ସନ୍ଦେହ ଘନିଭୂତ ହେଉଛି । ପୋଲିସ୍ ମାମଲାରେ ତଦନ୍ତ କରୁଛି॥
ଆଜି ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ସିରିଜ ଦୁର୍ଘଟଣା ଘଟିଛି । ଏକ ମିନି ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us