Advertisment

ବସ୍‌ ଚକା ତଳେ ଜଗିଥିଲା ଯମ, ଘରକୁ ଫେରୁଥିବା ବେଳେ ନେଇଗଲା ଜୀବନ

ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍‌ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

One Killed In Road Accident In Dhenkanal

One Killed In Road Accident In Dhenkanal

Advertisment

ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍‌ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ଜଡ଼ାପାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସିରିମୂଳା ଗାଁର ମୁକୁନ୍ଦ ସାହୁ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ବସ୍‌କୁ ଜାଳି ଦେଇଛନ୍ତି। 

Advertisment

ସୂଚନା ଅନୁସାରେ, ମୁକୁନ୍ଦ ନିଜ ବନ୍ଧୁ ଘର ରେକୁଳା ଗାଁରୁ ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଜଡ଼ାପାଳ ଛକ ନିକଟରେ ‘ଗଣେଶ’ ନାମକ ଏକ ଯାତ୍ରୀବାହୀ ବସ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଚକା ତଳେ ଚାପି ହୋଇ ମୁକୁନ୍ଦଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବସ୍‌ଟି ଢେଙ୍କାନାଳରୁ ଜଗମୋହନପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। 

ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକ ବସ୍‌କୁ ଜାଳିଦେବା ସହ କିଛି ସମୟ ଧରି ରାସ୍ତାରେ ହଙ୍ଗାମା କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ