ମହାପ୍ରଭୁ ଦର୍ଶନ ପାଇଁ ରାୟପୁରରୁ ପୁରୀ ଆସିବା ବେଳେ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

ଜଗାକୁ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଜଣ ଗୁରୁତର ।

ହରେକୃଷ୍ଣପୁର ପାଖରେ ସଡ଼କ ଦୁର୍ଘଟଣା; ଜଣେ ମୃତ, ୩ ଗୁରୁତର

କାଳିଆ ଦର୍ଶନ ନୋହିଲା, ପ୍ରଭୁଙ୍କୁ ଦେଖିବା ପୂର୍ବରୁ ଜୀବନ ଚାଲିଗଲା । ହରେକୃଷ୍ଣପୁର ପାଖରେ ସଡ଼କ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟି ଗଛରେ ପିଟିଲା କାର ।

ସୂଚନା ଅନୁଯାୟୀ ଛତିଶଗଡ଼ ରାଇପୁର ନିବାସୀ ଦୀପକ ଭାଡେର ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାୟପୁରରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ । ତେବେ ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ କାରଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଡିଭାଇଡରେ ପିଟି ହୋଇଥିଲା । ଆଉ ତା’ପରେ ଏକ ଗଚରେ ଜୋରରେ ପିଟି ହୋଇଗଲା । ଫଳରେ ଘଟଣା ସ୍ଥଳରେ ଦୀପକ ଭାଡେରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଗୁରୁତର ଅଛନ୍ତି ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଗୁରୁତରଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।